Odia News Portal

ଲକ୍ଷ୍ୟ ୪୨୦, ଭାରତ ୩୯/୧

ଚେନ୍ନାଇ: ଚେନ୍ନାଇରେ ଟେଷ୍ଟରେ ଭାରତକୁ ମିଳିଲା ୪୨୦ ରନର ବିଜୟ ଲକ୍ଷ୍ୟ। ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୧୭୮ ରନରେ ଅଲଆଉଟ୍ ହୋଇଛି । ପ୍ରଥମ ଇନିଂସରେ ୨୪୧ ରନରେ ପଛୁଆ ରହି ଫଲୋଅନ ଏଡାଇ ପାରିନଥିବା ଭାରତ ସମ୍ମୁଖରେ ରହିଛି ବିଶାଳ ୪୨୦ ରନର ବିଜୟ ଲକ୍ଷ୍ୟ ।

ଚତୁର୍ଥ ଦିନରେ ଭାରତ ପ୍ରଥମ ଇନିଂସରେ ୩୩୭ ରନରେ ଅଲଆଉଟ୍ ହୋଇଥିଲା । ଏହା ପରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ଵିନ ୬ ଓ୍ଵିକେଟ୍ ନେଇ ଇଂଲଣ୍ଡର ଦ୍ଵିତୀୟ ଇନିଂସକୁ ୧୭୮ ରନରେ ସୀମିତ କରିଛନ୍ତି । ଦଳ ପକ୍ଷରୁ ଇଂଲଣ୍ଡ ଅଧିନାୟକ ସର୍ବାଧିକ ୪୦ ରନ କରିଛନ୍ତି । ଏହା ପୂର୍ବରୁ ଜୋ ରୁଟ୍‌ଙ୍କ ଦମଦାର ୨୧୮ ରନ ବଳରେ ପ୍ରଥମ ଇନିଂସରେ ୫୭୮ ରନର ବିଶାଳ ସ୍କୋର କରି ପାରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ବ୍ୟାଟିଂ ଆରମ୍ଭ କରିଥିବା ସମୟରେ ରୋହିତ ଶର୍ମା ୧୨ ରନ କରି ପ୍ୟାଭିଲିଅନ ଫେରିଥିଲେ | ଖେଳ ଶେଷ ସୁଦ୍ଧା ଭାରତ ୧ ଓ୍ଵିକେଟ୍ ହରାଇ ୩୯ ରନ କରିଥିବା ସମୟରେ ଶୁଭମନ ଗିଲ ୧୫ ଏବଂ ଚେତେଶ୍ୱର ପୂଜାରା ୧୨ ରନ କରିଛନ୍ତି | ତେବେ ଆସନ୍ତାକାଲି ପଞ୍ଚମ ଦିନ ଟେଷ୍ଟରେ ଭାରତ ଇଂଲଣ୍ଡ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ | ଏହି ମ୍ୟାଚ ଜିତିବା ନିମନ୍ତେ ଭାରତକୁ ୩୮୧ରନ୍ ର ବଡ଼ ଲକ୍ଷ୍ୟକୁ ସାମ୍ନା କରିବାକୁ ପଡିବ |