Odia News Portal

ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ।ଦୁଇ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।
ସୂଚନାଯୋଗ୍ୟ ଯେ, ୨୦୨୦ରେ କୋରୋନା ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷା ଅଧାରୁ ବାତିଲ ହୋଇଥିବାବେଳେ ୨୦୨୧ରେ ସମ୍ପୂର୍ଣ୍ଣ ବାତିଲ କରାଯାଇଥିଲା । ମେ’ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଯୁକ୍ତ ଦୁଇ ପରୀକ୍ଷା । ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ମୋଟ ୧ ହଜାର ୧୩୩ଟି କେନ୍ଦ୍ରରେ ହେବ ପରୀକ୍ଷା ଚାଲିଛି ।

କଳାରେ ୨ ଲକ୍ଷ ୧୩ ହଜାର ୪୩୨ , ବିଜ୍ଞାନରେ ୭୮ ହଜାର ୭୭, ବାଣିଜ୍ୟରେ ୨୪ ହଜାର ୧୩୬ ପିଲା ପରୀକ୍ଷା ଦେଉଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ଅଛନ୍ତି ।