Odia News Portal

ଶିବମୋଗ୍ଗା ଏୟାରପୋର୍ଟ ଉଦ୍ଘାଟନ କଲେ ପ୍ରଧାନ ମନ୍ତ୍ରୀ ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିବମୋଗ୍ଗା ବିମାନ ବନ୍ଦର ଉଦ୍‌ଘାଟନ କରିବା ସହିତ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ନିର୍ବାଚନ ହେବାକୁ ଥିବା କର୍ଣ୍ଣାଟକକୁ ଏହା ହେଉଛି ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ପଞ୍ଚମ ଗସ୍ତ।

ବରିଷ୍ଠ ‘ବିଜେପି’ ନେତା ବି. ଏସ୍‌. ୟେଦିୟୁରପ୍ପା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିମାନ ବନ୍ଦର ଉଦ୍‌ଘାଟନ କରିବା ଲାଗି ସ୍ବାଗତ କରି କହିଲେ, ଆଜିର ଦିନଟି ସ୍ମରଣୀୟ ହୋଇ ରହିବ।

ସେ କହିଲେ, ଆମ ପାଇଁ ଆଜିକ ସ୍ମରଣୀୟ ଦିବସ। କର୍ଣ୍ଣାଟକ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଏତେ ଗୁରୁତ୍ବ ଦେବେ‌ ବୋଲି ଆଶା କରି ନ ଥିଲୁ। ଏହା ସମଗ୍ର ରାଜ୍ୟର ଉପକାର କରିବ। କର୍ଣ୍ଣାଟକରେ ଯେଉଁମାନେ ନିବେଶ କରିବାକୁ ଆଗ୍ରହୀ ସେମାନଙ୍କ ପାଇଁ ମଧ୍ୟ ଏହା ସାହାଯ୍ୟ ପ୍ରଦାୟକ ହେବ।

କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲାରେ ବିମାନ ବନ୍ଦର ଉଦ୍‌ଘାଟନ କରିବା ପରେ ବୁଲାବୁଲି କରି ବିମାନ ବନ୍ଦର ଦେଖିଥିଲେ। ଏହି ନୂଆ ବିମାନ ବନ୍ଦରଟି ପ୍ରାୟ ୪୫୦ କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି। ଏହି ବିମାନ ବନ୍ଦରର ‘ପାସେଞ୍ଜର୍‌ ଟର୍ମିନାଲ୍‌ ଅଟ୍ଟାଳିକା’ଟି ଆକାର ପଦ୍ମଫୁଲ ସଦୃଶ ଏବଂ ଏହାର ଘଣ୍ଟାକୁ ୩୦୦ ଯାତ୍ରୀ ଧାରଣ କରିବା କ୍ଷମତା ରହିଛି।

ଏହାଛଡ଼ା, ପ୍ରଧାନମନ୍ତ୍ରୀ ଶିଖରିପୁର-ରାନେବେନ୍ନୁର୍‌ ନୂଆ ରେଳବାଇ ଲାଇନ୍‌ ଏବଂ କୋଟେଗାଙ୍ଗୁରୁ ରେଳବାଇ ବଗି ଡିପୋ ଭଳି ଦୁଇଟି ରେଳବାଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ୯୯୦ କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯିବ। ଏହା କାର୍ଯ୍ୟକାରୀ ହେଲେ ମଲାନ୍ଦ ଅଞ୍ଚଳ ସହିତ ବେଙ୍ଗାଲୁରୁ-ମୁମ୍ବାଇ ମୁଖ୍ୟ ଲାଇନ୍‌ ମଧ୍ୟରେ ଯୋଗସୂତ୍ରର ଉନ୍ନତି ଘଟିବ।

ଏହାଛଡ଼ା, ପ୍ରଧାନମନ୍ତ୍ରୀ ଆଜି ଆହୁରି କେତେଗୁଡ଼ିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ୍‌ ଅଥବା ମେ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ କରାଯିବ।