Odia News Portal

ମୋଦିଙ୍କ ମୁହଁରେ ଓଡ଼ିଆ ଯୁବକଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ଯୁବକଙ୍କ ପ୍ରଶଂସା | ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ଜଣେ ଓଡ଼ିଆ ଯୁବକଙ୍କ ପ୍ରେରଣାଦାୟୀ କାହାଣୀ କହିଛନ୍ତି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖକୁଦ ଗାଁର ଏହି ଯୁବକ ସିଲୁ ନାୟକ । ନିଜର ବିଫଳତା କେମିତି ଅନ୍ୟମାନଙ୍କୁ ସଫଳ କରିବା ପାଇଁ ପ୍ରେରଣା ଯୋଗାଇଲା ସେହି କଥା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

PM Narendra Modi Mann Ki Baat

୨୦୧୬ରେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁ ରାଉରକେଲାରେ ପ୍ରଶିକ୍ଷଣ ନେଉଥିବା ସିଲୁ ନାୟକ ଫିଜିକାଲ ଫିଟନେସରେ କଟି ଯାଉଥିବା ଯୁବକଙ୍କ ବ୍ୟଥା ତାଙ୍କୁ କଷ୍ଟ ଦେଇଥିଲା । ଆଉ ସେହି ଭଳି ଯୁବକଙ୍କ ପାଇଁ କିଛି କରିବାକୁ ଆଗେଇ ଆସିଥିଲେ ସିଲୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାୟକ ସାରଙ୍କ କଥା କହିବା ପରେ ସାରା ଦେଶ ଜାଣିଛି ଓଡ଼ିଶାର ଏହି ଉଦ୍ୟମୀ ଯୁବକଙ୍କ ପ୍ରେରଣାଦାୟକ କାହାଣୀ । ତେବେ ମନ କି ବାତର ୭୪ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ‘ଆତ୍ମ ନିର୍ଭର ଭାରତ’ ଅଭିଯାନ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ‘ଆତ୍ମ ନିର୍ଭର ଭାରତ’ ଅର୍ଥ ଓ ଜିନିଷକୁ ନେଇ ଗର୍ବ କରିବା ଉଚିତ। ଏଥିସହ କରୋନା କାଳରେ ସମସ୍ତଙ୍କୁ ସତର୍କ ରହିବାକୁ ଆହ୍ନାନ ଦେବା ସହ କୌଣସି ପ୍ରକାର ଅବହେଳା ନ କରିବାକୁ କହିଛନ୍ତି ମୋଦି ।