Odia News Portal

ବାତ୍ୟା ମୁକାବିଲା ପାଇଁ ମୋଦିଙ୍କ ସମୀକ୍ଷା


ଘନାଉଛି ବାତ୍ୟା ବିପଦ । ଓଡିଶା ଓ ଆନ୍ଦ୍ର ମୁହାଁ ବାତ୍ୟା ଜୱାଦ । ସମ୍ଭାବ୍ୟ ଘୁର୍ଣ୍ଣିଝଗକୁ ନେଇ ଏବେ ଠାରୁ ଅଶାନ୍ତ ହେଲାଣି ସମୁଦ୍ର । ଜୱାଦ ପାଇଁ ଉଭୟ ଓଡିଶା ଓ ଆନ୍ଦ୍ରପ୍ରଦେଶକୁ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ ଏହି ପ୍ରସଙ୍ଗକୁ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଆଇଏମଡି ମୃତୁଞ୍ଜୟ ମହାପାତ୍ରଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକରେ ବିଶେଷ ଭାବରେ ଓଡିଶା ଓ ଆନ୍ଦ୍ର ଉପରେ ସମ୍ଭାବ୍ୟ ପ୍ରଭାବ ଉପରେ ଆଲୋଚନା କରିଥିଲେ ।