Odia News Portal

ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ

ଫାଙ୍କା ଗୁଳିଚାଳନା ନେଇ ଭାଇରାଲ ଭିଡିଓ ଘଟଣାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ ।  ପିଏସଓ ପ୍ରେମଚାନ୍ଦ ନାଗଙ୍କୁ ସସପେଣ୍ଡ କରାଯାଇଛି । ବନ୍ଧୁକ ଜବତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଟିଟିଲାଗଡ ଥାନାରେ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି । ବିଧାୟକଙ୍କୁ ଏନେଇ ନୋଟିସ ଜାରି କରାଯାଇଛି । ଏନେଇ ଅତିରିକ୍ତ ଏସପି ହିମାଂଶୁ ବେହେରା ସୂଚନା ଦେଇଛନ୍ତି ।  ବଲାଙ୍ଗିର ଟିଟିଲାଗଡ଼ରେ ରାମ ନବମୀ ଅବସରରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଥିଲା ।ଏହି ଶୋଭାଯାତ୍ରା ସହର ପରିକ୍ରମା ବେଳେ ପୁରୁଣା ବ୍ୟାଙ୍କ ଛକରେ ବିଧାୟକ ନବୀନ ଜୈନ ଫାଙ୍କା ଗୁଳି ଚାଳନା କରିଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କଳିଙ୍ଗ ଟିଭିକୁ ବିଧାୟକ ନବୀନ ଜୈନ ପୂର୍ବରୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଏହା ଏକ ଖେଳନା ବନ୍ଧୁକ ଥିଲା । ସ୍ଥାନୀୟ ଯୁବକ ମାନେ ବନ୍ଧୁକ ଫୁଟାଇବାକୁ କହିବାରୁ ବନ୍ଧୁକ ଫୁଟାଇଥିଲି କହିଲେ ନବୀନ ।  ତେବେ ସେ PSOଙ୍କ ବନ୍ଧୁକ ଆଣି ଫୁଟାଇବା ଅଭିଯୋଗକୁ ଖଣ୍ଡନ କରିଥିଲେ ନବୀନ ଜୈନ ।