Odia News Portal

ମା’ ବିରଜା ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ଉତ୍ତେଜନା, ଅଟକ ରଖି ପଚରାଉଚରା କରୁଛି ପୋଲିସ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ଉତ୍ତେଜନା ।  ଜଣେ ହିନ୍ଦୁ ଯୁବତୀଙ୍କ ସହ ଜଣେ ଅଣହିନ୍ଦୁ ଯୁବକଙ୍କ ପ୍ରବେଶକୁ ଉତେଜନା ପ୍ରକାଶ ପାଇଛି ।  ନିକଟରେ ଥିବା ସାଇକେଲ ଷ୍ଟାଣ୍ଡ କର୍ମଚାରୀଙ୍କ ଫୋନ ପେ’ ରୁ ଯୁବକ ଜଣକ ସଂଖ୍ୟା ଲଘୁ ବୋଲି ଜାଣିବାକୁ ପାଇଥିଲେ ।  ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ଯୁବକଙ୍କ ଘର ଇଜାପୁର ଅଞ୍ଚଳରେ ।  ଅଣହିନ୍ଦୁ ଜଣାପଡ଼ିବାରୁ ସାଇକେଲ ଷ୍ଟାଣ୍ଡ କର୍ମଚାରୀ ମନ୍ଦିର ପୋଲିସକୁ ଖବର ଦେଇଥିଲେ ।  ହିନ୍ଦୁ ଯୁବତୀ ଓ ଅଣହିନ୍ଦୁ ଯୁବକଙ୍କୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।  ଅନ୍ୟପଟେ ବିରଜା ମନ୍ଦିର ପ୍ରବେଶ ଦ୍ୱାରରେ ସୁରକ୍ଷା କର୍ମୀ ନିୟୋଜିତ ଏବଂ ଆଧାର ଯାଞ୍ଚ କରି ମନ୍ଦିର ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିବାକୁ ଦାବି ଜୋର ଧରିଛି ।