Odia News Portal

ନବ ଦାସ ହତ୍ୟା ମାମଲାରେ ସବିଶେଷ ତଥ୍ୟ ଆସିବାକୁ ସମୟ ଲାଗିବ : ପୋଲିସ ଡିଜି

ନବକିଶୋର ଦାସ ହତ୍ୟା ମାମଲାର ତଦନ୍ତ ନେଇ ଶେଷରେ ମୁହଁ ଖୋଲିଛନ୍ତି ଡିଜିପି ସୁନୀଲ ବଂଶଲ । ପ୍ରେସମିଟରେ ସେ କହିଛନ୍ତି ଯେ, ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି । ହତ୍ୟାକାଣ୍ଡର ପ୍ରଥମ ଦିନରୁ ହିଁ ତଦନ୍ତ ଜୋରଦାର ହୋଇଛି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି ।

ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ମାମଲାର ତଦନ୍ତ ଚାଲିଛି । ଏଭଳି ମାମଲାର ତଦନ୍ତ ସରିବାକୁ ସମୟ ଲାଗିବ ବୋଲି ଡିଜିପି କହିଛନ୍ତି ।

ଭଗବାନଙ୍କୁ ଛାଡ଼ି କେତେବେଳେ କ’ଣ ହେବ ତାହା କେହି ଜାଣନ୍ତିନି। ଅତି ସ୍ୱଚ୍ଛତାର ସହିତ ତଦନ୍ତ ଚାଲିଛି । ସବିଶେଷ ତଥ୍ୟ ଆସିବାକୁ ସମୟ ଲାଗିବ। ତଦନ୍ତ ଶେଷ ନହେଲା ଯାଏ କୌଣସି ନିଷ୍ପତ୍ତିରେ ପହଞ୍ଚି ହେବନି ବୋଲି କହିଛନ୍ତି ପୋଲିସ ଡିଜି ।

ସେ କହିଛନ୍ତି ଯେ, ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ କାଗଜ ମିଳିଛି । ଯାହାର ଫରେନସିକ ଯାଞ୍ଚ ପାଇଁ ପଠାଯାଇଛି। ଅଭିଯୁକ୍ତଙ୍କୁ ଚାକିରିରୁ ଡିସମିସ୍ କରାଯାଇଛି। ସେହି ସମୟରେ ଦାୟିତ୍ୱରେ ଥିବା ସମସ୍ତଙ୍କୁ ବଦଳି କରାଯାଇଛି। ପିଏସଓଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି।