Odia News Portal

ରାଜନୀତିରେ ପାଦ ଥାପିଲେ ପୋଲିସ ଅଫିସର

ରାୟଗଡା :ଜନସାଧାରଣଙ୍କ ସେବା କରିବା ପାଇଁ ରାଜନୀତିରେ ପାଦ ଥାପିଲେ ପୋଲିସ୍ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାମନଗୁଡ଼ା ବ୍ଲକ ଅଧିନସ୍ଥ ଉକୁମ୍ବା ପଞ୍ଚାୟତରେ।
ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଲକ୍ ନାରାୟଣ ଗୁଡା ଗ୍ରାମରେ ରବି ଶଙ୍କର ଗମାଙ୍ଗଙ୍କ ଜନ୍ମ । ୨୦୦୬ ମସିହାରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେତେବେଳୁ ଲୋକଙ୍କ ସେବା କରିବା ଆଶା ନେଇ ୨୦୧୦ ମସିହାରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ। ୨୦୧୭ ମସିହାରେ ରାଉରକେଲା ଓ ଏସ୍ ଏ ପି ବାଟାଲିୟନ ର ଇନିସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ ରବି ଶଙ୍କର। କିନ୍ତୁ ରାଜନୀତି ରେ ଯୋଗ ଦେବା ଇଛା ତାଙ୍କୁ ଚାକିରି ଜୀବନ ରୁ ଦୁରେଇ ଆଣିଥିଲା। ୨୦୧୮ ମସିହାରେ ଚାକିରି ଛାଡି ରାଜନୀତି ରେ ଯୋଗ ଦେଇଥିଲେ। ଲକ୍ଷ ଥିଲା ୨୦୧୯ ମସିହା ସାଧାରଣ ନିର୍ବାଚନ ରେ ଗୁଣପୁର ଆସନରୁ ବିଧାୟକ ପାର୍ଥି ହେବେ। କିନ୍ତୁ ତାହା ସଫଳ ହୋଇପାରିନଥିଲା। ତେଣୁ ଚଳିତ ପଞ୍ଚାୟତ ର୍ନିବାଚନରେ ରାମନଗୁଡ଼ା ବ୍ଲକ ଅଧ୍ୟକ୍ଷ ପଦବୀ କୁ ନଜର ରେ ରଖି ମଇଦାନରେ ଓହ୍ଲାଇ ଛନ୍ତି ରବି ଶଙ୍କର। ବର୍ତ୍ତମାନ ସେ ରାମନଗୁଡ଼ା ବ୍ଲକ ଉକୁମ୍ବା ପଞ୍ଚାୟତ ର ସମିତି ସଭ୍ୟ ପ୍ରାର୍ଥୀ ଭାବେ ର୍ନିବାଚନ ରେ ଲଢୁଛନ୍ତି ।