Odia News Portal

ଆଜି ଫିଟିପାରେ ପ୍ରିୟଙ୍କା ମର୍ଡର ମିଷ୍ଟ୍ରିର ରହସ୍ୟ

ଭୁବନେଶ୍ୱର : ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶନିନୀଙ୍କ ହତ୍ୟା ଘଟଣାର ଆଜି ଫିଟିପାରେ ଗୁମର । ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ରିମାଣ୍ଡରେ ନେଇ ପଚରା ଉଚରା କରୁଛି ଏୟାରଫିଲ୍ଡ ଥାନା ପୋଲିସ । ଘଟଣା ଘଟିବା ପରଠାରୁ ଜଗନ୍ନାଥ ଗୁରୁତର ଥିବାରୁ ମେଡିକାଲରେ ଚିକିତ୍ସିତ ହେଉଥିଲା । ଆଜି ସୁସ୍ଥ ହେବା ପରେ ତାକୁ ପଚରା ଉଚରା କରାଯାଉଛି । ଏହାପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ତେବେ ହତ୍ୟା ପଛରେ କଣ ସବୁ କାରଣ ରହିଛି ତାହା ଜାଣିବା ଲାଗି ସମସ୍ତେ ଚାହିଁ ରହିଛନ୍ତି । ତେବେ ଜଗନ୍ନାଥ ଆଜି କଣ ବୟାନ ଦେଉଛି ତାଉପରେ ରହିଛି ସମସ୍ତଙ୍କ ନଜର ।

ବହୁ ଚର୍ଚ୍ଚିତ ପ୍ରିୟଦର୍ଶିନୀ ହତ୍ୟା ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଜଗନ୍ନାଥଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ପୁଲିସ୍ ଗିରଫ କରିବା ପରେ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ହାତର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଜଗନ୍ନାଥଙ୍କ ଏକ ଶିର କଟିଥିବାରୁ ଉନ୍ନତ ମାନର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ତାଙ୍କୁ ଏମ୍ସ ପଠାଯାଇଥିଲା ବୋଲି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଥିଲେ।