ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା: ଉତ୍ତରାଖଣ୍ଡରୁ କଟକ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଲା ଶଙ୍କର ପୃଷ୍ଟି
ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ । ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ କଟକ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଲା ଶଙ୍କର ପୃଷ୍ଟି । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଶଙ୍କରଙ୍କୁ କରାଯିବ ପଚରାଉଚରା । ଟ୍ରାନଜିଟ ରିମାଣ୍ଡରେ ଆସିଛି ମାଷ୍ଟରମାଇଣ୍ଡ । କ୍ରାଇମବ୍ରାଞ୍ଚ ଅଫିସରେ ପଚାଉଚରା ପରେ ବ୍ରହ୍ମପୁର ରୁରାଲ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ଶଙ୍କରକୁ ଧରିବା ଲାଗି ଗତ ୧୦ ଦିନ ଧରି ନେପାଳରେ ଡେରା ପକାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଶଙ୍କରର ଗତିବିଧିକୁ ଟ୍ରାକ କରିଥିଲା । ମୁନା ମହାନ୍ତି ଗିରଫ ପରେ ଶଙ୍କରର ଲିଙ୍କ ପାଇଥିଲା କ୍ରାଇମବ୍ରାଞ୍ଚ । ସେ ଏକାଧିକ ସ୍ଥାନ ବଦଳାଇବା ସହ ମୋବାଇଲ ନମ୍ବର ମଧ୍ୟ ପରିବର୍ତ୍ତନ କରୁଥିଲେ ।
ଶଙ୍କର ପ୍ରଥମେ ଦିଲ୍ଲୀରେ ରାଜେନ୍ଦ୍ର ନଗର ରେ ରହୁଥିଲା । ପରେ ସେ କାଲକାଜିକୁ ଘର ବଦଳାଇଥିଲା । SI କେଳେଙ୍କାରି ପରେ ସେ ଗଜିଆବାଦ ପଳାଇଥିଲା । ସେଠାରେ ପତ୍ନୀ ଓ ପରିବାର ସହ ରହୁଥଲା । କ୍ରାଇମ୍ ବ୍ରାଞ୍ଚ ଟିମ୍ ତାକୁ ଦିଲ୍ଲୀରେ ଖୋଜୁଥିଲା । ଗିରଫଦାରୀ ଏଡ଼ାଇବା ପାଇଁ ନେପାଳ ଖସି ପଳାଇଥିଲା ଶଙ୍କର । ପତ୍ନୀ ଦିପ୍ତିମୟୀ ପଞ୍ଚସଫ୍ଟରେ ନିର୍ଦ୍ଦେଶକ ଥିଲେ । ତାଙ୍କୁ ପଚରାଉଚୁରା କରି ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । କିଛି ଡିଜିଟାଲ ପ୍ରମାଣ ମଧ୍ୟ ପାଇଥିବା ସୂଚନା ମିଳିଛି । ମାମଲାର ତଦନ୍ତ ପାଇଁ ସିବିଆଇକୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ଶଙ୍କରକୁ ମିଶାଇ ମୋଟ ୧୦ ଦଲାଲ ଗିରଫ ହୋଇଛନ୍ତି ।
