Odia News Portal

ଯୋଗୀଙ୍କ ବିରୁଦ୍ଧରେ ଆପତ୍ତିଜନକ ପୋଷ୍ଟ କଲେ ୧୫ ବର୍ଷର ବାଳକ

ଉତ୍ତରପ୍ରଦେଶର ବନ୍ଦାଉ ଠାରେ ଜଣେ ନାବାଳକଙ୍କ ନାଁରେ ସୋସିଆଲ ମିଡିଆରେ ସିଏମ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆପତ୍ତିଜନକ ପୋଷ୍ଟ କରିଥିବାରୁ ପ୍ରଶାସନ ତାଙ୍କୁ ଏକ ନିଆରା ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ୧୫ ବର୍ଷର ବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (ଜେଜେବି) ଦ୍ୱାରା କମ୍ୟୁନିଟି ସେବା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଅଧୀନରେ ନାବାଳିକାକୁ ୧୫ ଦିନ ପାଇଁ ଗଶାଲାକୁ ଯାଇ ସଫା କରିବାକୁ ପଡ଼ିବ ଏବଂ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି । ସେପଟେ ନାବାଳକ ଜଣଙ୍କ ସିଏମ ଯୋଗୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ଏକ ବ୍ୟଙ୍ଗ ଚିତ୍ର ପୋଷ୍ଟ କରିଥିଲେ େ ଯାହା ଉପରେ ଜେଜେବି ବୋର୍ଡ ତରଫରୁ ଏହି ନିଷ୍ପତ୍ତି ନେବାବେଳେ ତାଙ୍କୁ ଦଣ୍ଡ ଦିଆଯାଇଥିଲା।

ଅନ୍ୟପଟେ ନାବାଳକ ଏବଂ ଏହା ପ୍ରଥମ ଅପରାଧ ହୋଇଥିବାରୁ ପୋର୍ଡ ପକ୍ଷରୁ ତାଙ୍କୁ କମ ଦଣ୍ଡ ମିଳିଛି । ଚଳିତ ମାସ ଆରମ୍ଭରେ ତାଙ୍କ ବିରୋଧରେ ଥାନାରେ ଏକ ମାମଲଶ ରୁଜୁ ହୋଇଥିଲା । ଏହି ଘଟଣାର ବ୍ୟାଖ୍ୟା କରି ସରକାରୀ ଓକିଲ ଅତୁଲ ସିଂ କହିଛନ୍ତି ଯେ ଚଳିତ ମାସ ଆରମ୍ଭରେ ଅଧିନିୟମର ଧାରା ୬୭ ଅନୁଯାୟୀ ସବ୍-ଇନ୍ସପେକ୍ଟର ରାଜେଶ କୁମାରଙ୍କ ନାମରେ ବାଡାଉନର ସାହାସୱାନ ପୋଲିସ ଷ୍ଟେସନରେ ୧୫ ବର୍ଷର ବାଳକ ବିରୋଧରେ ମାମଲା ରୁଜୁ ହୋଇଥିଲା। ତାଙ୍କୁ ଏକ ଶିଶୁ ସଂଶୋଧନ ଘରେ ରଖାଯାଇଥିଲା । ତା ପରେ ବୋର୍ଡ ଆଜି ତାଙ୍କ କିଶୋର ଅବସ୍ଥାକୁ ଦୃଷ୍ଟିରେ ରଖି ଏପରି ଦଣ୍ଡାଦେଶ ଶୁଣାଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।