Odia News Portal

ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ମଡାଇଦେବା ଘଟଣାର ପ୍ରଦିବାଦ କରି ଆଜି ସାରା ରାଜ୍ୟରେ ସତ୍ୟାଗ୍ରହ କରିବ ବିଜେପି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଚରଣ ନିନ୍ଦନୀୟ । ତାଙ୍କର ଏ ଅମାନୁଷିକ କାଣ୍ଡର ପ୍ରତିବାଦରେ ବିଜେପି ଆଜି ସମସ୍ତ ସହରାଞ୍ଚଳ, ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରିବ । ବିଜେପି ପକ୍ଷରୁ କୁହାଯାଇଛି ଯେ, ପ୍ରଶାନ୍ତଙ୍କ ଯୋଗୁଁ ପୁରା ଭାରତରେ ଓଡିଶାର ଛବି ମଳିନ ପଡିଛି । ଆଗରୁ ମଧ୍ୟ ଜଗଦ୍ଦେବଙ୍କ ନାଁରେ ବହୁ ସଙ୍ଗୀନ ଅଭିଯୋଗ ରହିଛି । ତାସତ୍ତ୍ୱେ ବିଧାୟକଙ୍କୁ କାହିଁକି ଦଳରୁ ବହିଷ୍କାର କରାଯାଉନି ବୋଲି ପ୍ରଶ୍ନ କରିଛି ।