ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା By Swadhikar News Last updated Aug 28, 2025 କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’ରେ ଲେଖିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। କୃଷି ପ୍ରତି ସମ୍ମାନ ଏବଂ କୃଷକଙ୍କ ପ୍ରତି କୃତଜ୍ଞତା ହେଉଛି ଏହି ପର୍ବର ବିଶେଷତ୍ଵ । ଏହା ଆମ ବନ୍ଧୁତ୍ୱ ଓ ଆତ୍ମୀୟତାର ପ୍ରତୀକ ମଧ୍ୟ । ନୂଆଁଖାଇ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦେଉ, ଏହା ମୋର ଆନ୍ତରିକ କାମନା। President Draupadi Murmu's greetings on the occasion of Nuakhaiswadhikarswadhikar news Share