କଲେଜର ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ ଅଧକ୍ଷ । ଏ ନେଇ ଏକ ଅଡିଓ ଭାଇରଲ ପରେ ବୋଲଗଡ ଥାନାରେ ଅଭିଯୋଗ କଲେ ଅଧ୍ୟାପିକାଙ୍କ ବାପା । ଘଟଣାରୁ ପ୍ରକାଶ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଜଣେ ଅଧ୍ୟାପିକା କିଛିଦିନ ତଳେ ସେହି କଲେଜରେ ନୂତନ ଭାବେ ନିଯୁକ୍ତି ପାଇଥିଲେ । କଲେଜର ଅଧକ୍ଷ ପ୍ରଦୀପ୍ତ କୁମାର ଦାସ ତାଙ୍କୁ ସାମାଜିକ ଗଣମାଧ୍ୟମ whatsappରେ ଅନେକ ଥର ପ୍ରେମ ନିବେଦନ କରିଥିଲେ ।
ଯାହାର ଏକ ଅଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଅଧ୍ୟାପିକାଙ୍କ ବାପା ଏନେଇ ବୋଲଗଡ଼ ଥାନାରେ ଅଧ୍ୟକ୍ଷଙ୍କ ନାମରେ ଅଭିଯୋଗ କରିଛନ୍ତି । ତେବେ ବୋଲଗଡ଼ ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗକାରୀଙ୍କ ବୟାନ ଆଧାରରେ ଅଧ୍ୟାପିକାଙ୍କୁ ବୋଲଗଡ଼ ପୋଲିସ ପଚାରାଉଚର କରିବା ସହ ଅଧ୍ୟକ୍ଷଙ୍କ ବିରୋଧରେ କେଶ ନମ୍ବର ୩୧୦/୨୦୨୫ ରେ ଏକ ମାମଲା ରୁଜୁ ହୋଇଛି । ସେପଟେ ଅଧ୍ୟକ୍ଷ କଲେଜରୁ ଦୁଇଦିନ ହେବ ଛୁଟିରେ ଥିବା ସୂଚନା ମିଳିଛି ।
