Odia News Portal

ଗଣତନ୍ତ୍ର ଦିବସ‌ର ମୁଖ୍ୟ ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି ଅଲ୍-ସିସି

ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତହ ଅଲ୍-ସିସି ଆଗାମୀ ଗଣତନ୍ତ୍ର ଦିବସ (୨୬ ଜାନୁଆରୀ‌ ୨୦୨୩)ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ୧୬ ଅକ୍ଟୋବରରେ କାଏରୋରେ ସିସିଙ୍କୁ ଭାରତ ଆସିବା ପାଇଁ ଔପଚାରିକ ଭାବେ ନିମନ୍ତ୍ରଣ କରିଥିଲେ। ଭାରତର ଗଣତନ୍ତ୍ର ଦିବସ ସମାରୋହରେ ୬୮ ବର୍ଷୀୟ ଅଲ୍-ସିସି ହେଉଛନ୍ତି ଇଜିପ୍ଟର ପ୍ରଥମ ନେତା। ତାଙ୍କ ଭାରତ ଗସ୍ତ ଦ୍ବାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।