Odia News Portal

ଦେଶବାସୀଙ୍କୁ ପବିତ୍ର ବଡ଼ଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ

ଆଜି ପବିତ୍ର ବଡ଼ଦିନ । ଗତକାଲି ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ରାଜ୍ୟରେ ପାଳନ ହୋଇଛି ବଡ଼ଦିନ । ତେବେ ଚଳିତ ବର୍ଷ କରୋନା ପାଇଁ ଚର୍ଚ୍ଚରେ ଏକାଠି ହେବେନି ଖ୍ରୀଷ୍ଟଧର୍ମାମ୍ବଲମ୍ବୀ । କିନ୍ତୁ ଘରେ ରହି ଖ୍ରୀଷ୍ଟ ଧର୍ମୀ ମାନେ ପାଳୁଛନ୍ତି ଖ୍ରୀଷ୍ଟମାସ୍ ।ଏହି ଅବସରରେ ଖ୍ରୀଷ୍ଟଧର୍ମାବଲମ୍ୱୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି।

ଟ୍ୱିଟରରେ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, “ମୁଁ ଆଶା କରୁଛି ଯେ ଏହି ପର୍ବ ଶାନ୍ତି ଏବଂ ସମୃଦ୍ଧତା ବିସ୍ତାର କରି ସମାଜରେ ସହାର୍ଦ୍ଦ୍ୟ ବୃଦ୍ଧି କରିବ। ଆସନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ, କରୁଣା ଏବଂ ପରୋପକାର ଶିକ୍ଷା ଅନୁସରଣ କରିବା ଏବଂ ସମାଜ ତଥା ଜାତିର ଭଲ ପାଇଁ ସଂକଳ୍ପବଦ୍ଧ ହେବା । ”

ସେହିଭଳି ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟ ସମସ୍ତଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, “ପ୍ରଭୁ ଖ୍ରୀଷ୍ଟଙ୍କ ଜୀବନ ଏବଂ ନୀତି ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିଥାଏ। ତାଙ୍କ ପଥ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନରେ ବାଟ ଦେଖାଉ | ସମସ୍ତେ ଖୁସି ଏବଂ ସୁସ୍ଥ ରୁହନ୍ତୁ। ”

ଅନ୍ୟପକ୍ଷେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ଯୋଗେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ସେ ଲେଖିଛନ୍ତି, ଏହି ଖୁସିର ପର୍ବ ବଡ଼ଦିନରେ ଆପଣଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଯାଉ । ଏଥିସହିତ ସମୃଦ୍ଧ ଓଡ଼ିଶା ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ କୋଭିଡ ପରିସ୍ଥିତିରେ ଅନେକ ପରିମାଣରେ ଉନ୍ନତି ଆସିଲେ ମଧ୍ୟ ସତର୍କ ନ ରହିଲେ ବିପଦ ବଢ଼ିବାର ଆଶଙ୍କା ରହିଛି । ତେଣୁ କୋଭିଡ ନିୟମାବଳୀ ଅନୁପାଳନ ସହିତ ସମସ୍ତ କାର୍ଯ୍ୟକ୍ରମ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେହିଭଳି ରାଜ୍ୟର ରାଜ୍ୟପାଳ ଗଣେଶୀ ଲାଲ୍ ମଧ୍ୟ ବଡ଼ଦିନ ଅବସରରେ ଖ୍ରୀଷ୍ଟ ଧର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।