ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ରେ ବିଜୟ ପାଇଁ ଭାରତୀୟ ଟିମ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ରେ ବିଜୟ ପାଇଁ ଭାରତୀୟ ଟିମ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଦଳର ପ୍ରଦର୍ଶନ ନେଇ ଭାରତୀୟମାନେ ଗର୍ବ କରିଛନ୍ତି ବୋଲି ଏମାନେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି।
