ମକର ସଂକ୍ରାନ୍ତିରେ ନୂଆ ଅଫିସ୍ ଯିବେ ପ୍ରଧାନମନ୍ତ୍ରୀ ମୋଦୀ ! By Swadhikar News Last updated Jan 13, 2026 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହ ଜାନୁଆରି ୧୪ ତାରିଖ ମକର ସଂକ୍ରାନ୍ତି ଦିନ ତାଙ୍କ ନୂଆ ଅଫିସ୍କୁ ସ୍ଥାନାନ୍ତର ହେବେ। ପ୍ରଧାନମନ୍ତ୍ରୀଙ୍କ ଅଫିସ୍ (ପିଏମ୍ଓ)ର ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ହୋଇସାରିଛି। ମୋଦୀଙ୍କ ନୂଆ ଅଫିସ୍ର ଠିକଣା ହେଉଛି ‘ସେବା ତୀର୍ଥ’ କମ୍ପ୍ଲେକ୍ସ। ସେଣ୍ଟ୍ରାଲ ଭିଷ୍ଟା ପୁନର୍ବିକାଶ ପ୍ରକଳ୍ପର ଏହା ଏକ ଅଂଶ। ଏହି ସେବା ତୀର୍ଥ କମ୍ପ୍ଲେକ୍ସରେ ପୃଥକ୍ କୋଠାରେ ପ୍ରଧାନମନ୍ତ୍ରୀଙ୍କ ଅଫିସ୍, କ୍ୟାବିନେଟ ସଚିବାଳୟ, ଏନଏସସିଏସ୍ ( ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ) ରହୁଛି। ମକର ସଂକ୍ରାନ୍ତି ଦିନ ମୋଦୀ ନୂଆ ଅଫିସ୍ରୁ କାମ ଆରମ୍ଭ କରିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।ନୂଆ କୋଠାରେ ପିଏମ୍ଓର ନାଁ ରହିବ ‘ସେବା ତୀର୍ଥ -୧’। ଏଠାରେ ଅତ୍ୟାଧୁନିକ କାର୍ଯ୍ୟ ପରିସର ସହ ବିଶାଳ କକ୍ଷ ରହିବ। ତେବେ ପିଏମ୍ଓ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ଏକ ଯୁଗର ଅବସାନ। ୧୯୪୭ରେ ଦେଶ ସ୍ବାଧୀନ ହେବା ପରଠାରୁ ପିଏମ୍ଓ ସାଉଥ ବ୍ଲକ୍ରେ ରହିଛି। ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ପିଏମ୍ଓ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଯାଉଛି। ଅନ୍ୟପକ୍ଷେ ସେବାତୀର୍ଥ-୨’ରେ କ୍ୟାବିନେଟ୍ ସଚିବାଳୟ ରହିଛି ଏବଂ ଗତବର୍ଷ ସେପ୍ଟେମ୍ବରରେ କ୍ୟାବେିନେଟ ସଚିବାଳୟ ଏଠାକୁ ସ୍ଥାନାନ୍ତରିତ ହୋଇଛି।‘ସେବା ତୀର୍ଥ-୩’ରେ ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ ଅଫିସ ରହିବ। ଅନ୍ୟପକ୍ଷେ ଦକ୍ଷିଣ ଏବଂ ଉତ୍ତର ବ୍ଲକ୍ ଏକ ସାର୍ବଜନୀକ ସଂଗହାଳୟରେ ପରିଣତ ହେବ ଏବଂ ଏହାର ନାଁ ରହିବ ‘ଯୁଗି ଯୁଗିନ ଭାରତ ସଂଗ୍ରହାଳୟ’। ଏହି ସଂଗ୍ରହାଳୟର ବିକାଶ ପାଇଁ ଫ୍ରାନ୍ସର ମ୍ୟୁଜିୟମ ଡେଭେଲପମେଣ୍ଟ ଏଜେନ୍ସି ସହ ୨୦୨୪ ଡିସେମ୍ବର ୧୯ ତାରଖରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ସମଗ୍ର ସେବା ତୀର୍ଥ ପରିସର ୧୧୮୯ କୋଟି ଟଙ୍କାରେ ନିର୍ମାଣ ହୋଇଛି। swadhikarswadhikar news Share