Odia News Portal

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଇଜିପ୍ଟର ସର୍ବୋଚ୍ଚ ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତ ପରେ ଶନିବାର ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିଛନ୍ତି। ସେ ରବିବାର ହେଲିଓପଲିସ୍ ଓ୍ବାର ମେମୋରିଆଲ ଏବଂ ଅଲ ହାକିମ ମସଜିଦ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଅଛନ୍ତି। ଏହି ଅବସରରେ ଇଜିପ୍ଟର ରାଷ୍ଟ୍ରପତି ଅବେଦଲ ଫତହ ଅଲ-ସିସି କାଇରୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଅର୍ଡର ଅଫ୍ ଦ ନାଇଲ’ ପୁରସ୍କାରରେ ସମ୍ମାନିତ କରିଛନ୍ତି।’ ‘ଅର୍ଡର ଅଫ୍ ଦ ନାଇଲ’ ଇଜିପ୍ଟର ସର୍ବୋଚ୍ଚ ରାଜକୀୟ ସମ୍ମାନ।
କାଇରୋରେ ପ୍ରଧାନମନ୍ତ୍ରୀ ମୋଦି ଇଜିପ୍ଟର ରାଷ୍ଟ୍ରପତି ଅବେଦଲ ଫତହ ଅଲ୍-ସିସିଙ୍କୁ ସାକ୍ଷାତ କରିଛନ୍ତି।

ଏହି ସମୟରେ ବହୁ ଦ୍ବିପାକ୍ଷିକ ଚୁକ୍ତି ସାକ୍ଷାର ହୋଇଛି। ରବିବାର ଦିନ ହେଲିଓପଲିସ୍ ଓ୍ବାର ମେମୋରିଆଲ ପରିଦର୍ଶନ କରିଛନ୍ତି ମୋଦି। ହେଲିଓପଲିସ୍ ଓ୍ବାର ମେମୋରିଆଲ ଭାରତ ପାଇଁ ଖୁବ୍ ଖାସ୍। ପ୍ରଥମ ବିଶ୍ବଯୁଦ୍ଧରେ ଶହୀଦ ହୋଇଥିବା ପ୍ରାୟ ୪ ହଜାର ସୈନିକଙ୍କୁ ବୀରଗାଥା ଆଜି ମଧ୍ୟ ଏହି ଓ୍ବାର ମେମୋରିଆଲରେ ଉଲ୍ଲେଖ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏହି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଇଜିପ୍ଟର କାଇରୋରେ ଥିବା ଐତିହାସିକ ଅଲ୍ ହାକିମ୍ ମସଜିଦ ଗସ୍ତ କରିଛନ୍ତି। ଏହି ସମୟରେ ସେଠାରେ ଥିବା ଲେକଙ୍କ ସହ କଥା ମଧ୍ୟ ହୋଇଥିଲେ।