Odia News Portal

ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରିୟା

ଟୋକିଓ: ଭାରତୀୟ କ୍ରୀଡାପ୍ରେମୀଙ୍କ ଲାଗି ଖୁସି ଖବର । ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା ବେଳେ ଏବେ ପ୍ରିୟା ମଲ୍ଲିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତର ପ୍ରିୟା ମଲ୍ଲିକ। ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ପ୍ରିୟା। ଫଳରେ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ରେଙ୍ଗଲର ପ୍ରିୟା ମଲିକ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି। ଏହା ପରେ ଦେଶକୁ ଏକ ଆନ୍ତର୍ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି। ଗତକାଲି ଟୋକି ଅଲିମ୍ପିକ୍ସରେ ମୀରବାଇ ଚାନୁ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ଏହାର ଠିକ୍ ଦିନକ ପରେ ଦେଶକୁ ପୁଣିଥରେ ଗର୍ବିତ କରାଇଛନ୍ତି ଆଉ ଜଣେ ମହିଳା ରେସଲର ପ୍ରିୟା। ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ସେ ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି ।