Odia News Portal

ଓଡିଶା ଆସିବେ ପ୍ରିୟଙ୍କା

ଖୁବଶୀଘ୍ର ଓଡିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧି । ଚିନ୍ତନ ଶିବିରରୁ ଫେରିବା ପରେ ଏହି ସୂଚନା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ଚିନ୍ତନ ଶିବିରରେ ସଙ୍ଗଠନ , ରାଜନୀତି, ଅର୍ଥନୀତି ଆଦି ୬ଟି ବିଷୟରେ ଆଲୋଚନା ହେଲା, ରାଜ୍ୟ କଂଗ୍ରେସ ଆହୁରି ସଶକ୍ତ ହେବ ବୋଲି ସେ କହିଛନ୍ତି । ‘ପରିବାରରୁ ଜଣଙ୍କୁ ଟିକେଟ, ଯୁବକଙ୍କ ଗୁରୁତ୍ୱ ନୀତିକୁ ସମସ୍ତେ ମାନିବେ’ । ପ୍ରିୟଙ୍କା ଗାନ୍ଧିଙ୍କୁ ଓଡିଶାକୁ ନିମନ୍ତ୍ରଣ ହୋଇଛି । କେବେ ଆସିବେ ଚୂଡାନ୍ତ ହୋଇନି । ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ରାଜ୍ୟ ବିଷୟରେ ଆଲୋଚନା ହୋଇଛି । ବ୍ରଜରାଜନଗରରେ କଂଗ୍ରେସ ଭଲ କରିବ ବୋଲି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରୀୟା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ମୁଁ ପ୍ରଚାରରେ ଯିବି , କମ ମାର୍ଜିନ ହେଲେ ବି ଆମେ ଜିତିବୁ ।