Odia News Portal

ପ୍ରିୟଙ୍କା ମର୍ଡର ମିଷ୍ଟ୍ରି, ଆସିଲା ୩ମାସର କଲ ଓ ହ୍ୱାଟ୍ସଆପ ଚାଟିଂର ରିପୋର୍ଟ

ଭୁବନେଶ୍ୱର: ରାଜଧାନୀ ଭୀମଟାଙ୍ଗୀରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସୁଛି । ଆଜି ପୋଲିସ ହାତରେ ଲାଗିଛି ଗତ ୩ ମାସର କଲ ରିପୋର୍ଟ ଏବଂ ହ୍ୱାଟ୍ସଆପ ଚାଟିଂ ରିପୋର୍ଟ । ଏଥିରୁ ଜଣା ପଡ଼ିଛି କି, ଉଭୟ ଲଗାତାର ଭାବେ କଥା ହେଉଥିଲେ । ତେବେ ସ୍ୱାମୀ ଅଫିସ ଯିବା ପରେ ଦିନ ୧୧ଟାରୁ ୨ ଭିତରେ ଲଗାତାର ଗପୁଥିବା ଜଣା ପଡିଛି । ସେପଟେ ଚାଟିଂ ଡିଲିଟ କରି ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଚାଟିଂ ସମ୍ପର୍କରେ ଜାଣିବା ଲାଗି ଯେକ୍ନିକାଲ ଟିମର ସହାୟତା ନିଆଯିବ ।

ଜଗନ୍ନାଥଙ୍କ ସହ ଅନ୍ୟ ଏକ ଅନନୋନ ନମ୍ବରରୁ ମଧ୍ୟ ବାରମ୍ବାର କଲ ଆସୁଥିବା ଜଣା ପଡିଛି । ସେହି ନମ୍ବରରେ ମଧ୍ୟ ପ୍ରିୟଙ୍କା କଥା ହେଉଥିବା ଜଣାପଡ଼ିଛି । ତେବେ ସେହି ବ୍ୟକ୍ତି ଜଣକ କିଏ ତାକୁ ନେଇ ଆରମ୍ଭ ହୋଇଛି ଛାନଭିନ୍ । ଆହତ ଥିବା ଜଗନ୍ନାଥ ଏବେ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲାଣି । ୨ରୁ ୩ଦିନ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବ ବୋଲି କ୍ୟାପିଟାଲ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦୁଇଦିନ ପୂର୍ବରୁ ଜଗନ୍ନାଥ ବାଉଳି ହେଉଥିବା ଖବର ମିଳିଥିଲା । ମନେ ମନେ କାନ୍ଦୁଥିଲା । କିନ୍ତୁ ଏବେ ସେ ଏକପ୍ରକାର ଠିକ ହୋଇଥିବା ଜଣା ପଡିଛି ।