Odia News Portal

ବୁଧବାର କରନ୍ତୁ ବିଘ୍ନହର୍ତ୍ତାଙ୍କ ଉପାସନା,ଘରକୁ ଫେରିବ ସୁଖ ସମୃଦ୍ଧି

ସପ୍ତାହର ଗୋଟିଏ ଦିନ ବୁଧବାର ଯାହା ଭଗବାନ ଗଣେଶଙ୍କ ବାର ଅଟେ । ଭଗବାନ ଶ୍ରୀ ଗଣେଶ ସମସ୍ତ ଦୁଃଖର ହରଣ କରନ୍ତି । ହିନ୍ଦୁ ଧର୍ମରେ କୌଣସି ପୂଜା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଗଣେଶଙ୍କର ପୂଜା କରାଯାଏ । ଯଦି ଆପଣଙ୍କର କୁଣ୍ଡଳୀରେ ବୁଧଗ୍ରହ ଅଶୁଭ ସ୍ଥିତିରେ ଥାଏ , ତେବେ ତାହାର ନିବାରଣ ପାଇଁ ଶ୍ରୀ ଗଣେଶଙ୍କର ପୂଜା କରିବା ଉଚିତ୍ । ଘରେ ସୁଖ ସମୃଦ୍ଧି ପାଇଁ ଗଣେଶଙ୍କର ପୂଜା କରାଯାଏ । ବୁଧବାର ଦିନ କୌଣସି ବି ମନ୍ଦିର ଯାଇ ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କଲେ ଅପାର ଶୁଭଫଳ ପ୍ରାପ୍ତି ହୁଏ । ଶ୍ରୀ ଗଣେଶଙ୍କ ପାଖରେ ମୋଦକ ର ପ୍ରସାଦ ଚଢାଯାଏ । ଭଗବାନ ଗଣେଶଙ୍କୁ ସିନ୍ଦୁର ଅର୍ପଣ କଲେ ମନୋକାମନା ପୂରଣ ହୁଏ । ହିନ୍ଦୁ ଧର୍ମ ଅନୁସାରେ ବୁଧବାର ଦିନ ଗାଈକୁ ସବୁଜ ଘାସ ଖୁଆଇଲେ ଅତ୍ୟନ୍ତ ଲାଭ ପ୍ରାପ୍ତି ହୁଏ ।

ଗଣେଶଙ୍କୁ ବିଦ୍ୟାଦାତା ବୋଲି ମଧ୍ୟ କୁହାଯାଏ । ସେଥିପାଇଁ ଗଣେଶ ପୂଜା ଦିନ ମଧ୍ୟ ପିଲାମାନଙ୍କର ବିଦ୍ୟାରମ୍ଭ କରାଯାଏ । ବିଘ୍ନହର୍ତ୍ତା  ଗଣେଶଙ୍କ ର ପୂଜା କରିଲେ ସମସ୍ତ ପ୍ରକାର ବାଧାବିଘ୍ନ ରୁ ମୁକ୍ତି ମିଳେ । ବୁଧବାର ଦିନ ସବୁଜ ପୋଷାକ ଧାରଣ କରିବା ଶୁଭପ୍ରଦ ହୋଇଥାଏ ।