Odia News Portal

ଠିକା ସିକ୍ୟୁରିଟି ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ

ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ଅଧୀନରେ ଥିବା ମୁରାନ ଡେମ ଡିଭିଜନ ରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନଙ୍କୁ ମିଳୁନି ମାସିକ ଦରମା  । ଦାବି ଜଣାଇଲେ ମିଳୁଛି ଚାକିରି ରୁ ବିଦା ଧମକ ।କଳାହାଣ୍ଡି ତିନି ଜିଲ୍ଲାରେ ଅବସ୍ଥିତ ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ଅଧୀନରେ ଇନ୍ଦ୍ରାବତୀ , ପୋଡା ଗଡ , କପୁର,ମୁରାନ ଡେମ ଡିଭିଜନ ,source out gate, civil store ,telrest channel , field machinary ,guest house, in tack ମୁଖିଗୁଡା ରେ ସୁରକ୍ଷା କର୍ମୀ ଭାବରେ ନିୟୋଜିତ ଅଛନ୍ତି ସହ ସହ ବିସ୍ଥାପିତ ପରିବାର ସଦସ୍ୟ । ଜୀବନ ଜୀବିକା ହରାଇ ଇନ୍ଦ୍ରାବତୀ ବିସ୍ଥାପିତ ଭାବେ ନିଜର ଭିଟା ମାଟି ହରାଇ ଅସ୍ଥାୟୀ ସୁରକ୍ଷା କର୍ମୀ ଭାବରେ ଦିର୍ଘ୍ ୨୫ ବର୍ଷ ହେବ କମ ଦରମା ରେ ପରିବାର ପ୍ରତି ପୋଷଣ କରୁଛନ୍ତି । ପ୍ରକଳ୍ପ ନିର୍ମାଣ ହେବା ଦିନ ଠାରୁ ବିଭିନ୍ନ ଠିକା ସଂସ୍ଥା ଅଧୀନରେ ଏମାନେ କାର୍ଯ୍ୟ କରି ଆସୁଛନ୍ତି । କିନ୍ତୁ ଗତ ବର୍ଷ ଠାରୁ ଦେଖା ଦେଇଛି ଘୋର ସମସ୍ୟା  । ମା ତାରିଣୀ ସିକୁରିଟି ଠିକା ସଂସ୍ଥା ଗୋଟିଏ ମାସ ର ଦରମା ନ ଦେଇ ଚାଲି ଯାଇଥିବା ବେଳେ ଏବେ ଦୁଇଟି ଠିକା ସଂସ୍ଥା କାର୍ଯ୍ୟ କରୁଛନ୍ତି । ଏମ୍ ପି ସିକ୍ୟୁରିଟି ଓ ମଞ୍ଜୁ ସିକ୍ୟୁରିଟି ସର୍ଭିସ୍ ନାମକ ଠିକା ସଂସ୍ଥା ଦୀର୍ଘ ନଅ ମାସ ର ଦରମା ଦେଇ ନାହାନ୍ତି । ମଞ୍ଜୁ ସର୍ଭିସ୍ ଅଧୀନରେ ଥିବା ସୁରକ୍ଷା କର୍ମୀ ମାନେ ଅଭିଯୋଗ ଆଣିବା ରୁ କିଛି ସୁରକ୍ଷା କର୍ମୀଙ୍କ ଦରମା ସମ୍ପୂର୍ଣ ବନ୍ଦ କରିବା  ଧମକ ଚମକ ଦେଇ କାର୍ଯ୍ୟ ରୁ ବହିଷ୍କାର ସହ ବଦଳି ଦେବାର ଧମକ ଦେଇଛନ୍ତି ଯଦ୍ୱାରା ପରିବାର ଭରଣ ପୋଷଣ ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ବସିଚୁ ବୋଲି ଅଭିଯୋଗ ଆଣିଛନ୍ତି ସୁରକ୍ଷା କର୍ମୀ ଏବଂ ବାକିୟା ଦରମା ସହିତ ପୁଣି ନିଯୁକ୍ତି ଦେବା କୁ ଦାବି କରିଛନ୍ତି  । ଏହି ଘଟଣା   ନେଇ ମଂଜୁ ସର୍ଭିସ ଠିକା ସଂସ୍ଥା ର ମ୍ୟାନେଜର ଭଞ୍ଜ ମଲ୍ଲିକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯିବା ସତ୍ତ୍ୱେ ମଧ୍ୟ ସଂସ୍ଥା ତରଫରୁ କିଛି ଉତ୍ତର ମିଳି ପାରି ନାହିଁ । ତେବେ ଦିନ ରାତି ଜଳଭଣ୍ଡାର କୁ ସୁରକ୍ଷା ଦେଉଥିବା ସୁରକ୍ଷା କର୍ମୀ ମାନଙ୍କ ସମସ୍ୟା କେବେ ଦୂର ହେଉଛି ତାହା ହିଁ ଦେଖିବା ବାକି ରହିଲା