ମିଳିତ ବିରୋଧୀ ଦଳ ତରଫରୁ ବିଶାଳ ଗଣଧାରଣା। ଲୋୟାର ପିଏମଜି ରେ ସରକାର ଙ୍କ ବିରୋଧରେ ରଣ ହୁଙ୍କାର ଦେଇଛନ୍ତି ୧୦ଟି ରାଜନୈତିକ ଦଳ। ଏସସିବି ଅଗ୍ନିକାଣ୍ଡରେ ମୃତକଙ୍କୁ ନ୍ୟାୟ ଏବଂ ଘଟଣାରେ ଦାୟୀ ଅଧିକାରୀଙ୍କୁ ଗିରଫ , ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ସହ ସରକାର ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । ଆହୁରି ଦାବି କରିଛନ୍ତି ଯେ, ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ଯାଥାଶୀଘ୍ର ରିପୋର୍ଟ ପ୍ରକାଶ କରାଯାଉ, ପ୍ରତ୍ୟେକ ମୃତକ ପରିବାରକୁ ୧ କୋଟି ଟଙ୍କା ସହାୟତା ଓ ସରକାରୀ ଚାକିରୀ ଦିଆଯାଉ । ଆହତଙ୍କୁ ମାଗଣା ଉନ୍ନତ ଚିକିତ୍ସା ଓ ୧୧ ଲକ୍ଷ କ୍ଷତିପୂରଣ ଦିଆଯାଉ । ସମସ୍ତ ହସ୍ପିଟାଲରେ ସେଫ୍ଟି ଓ ସୁରକ୍ଷା ଅଡିଟ ସୁନିଶ୍ଚିତ କରାଯାଉ ବୋଲି ମିଳିତ ବିରୋଧୀ କଂଗ୍ରେସ, ବିଜେଡି, ସିପିଆଇ,ସିପିଏମ, ଫରୱାର୍ଡ଼ ବ୍ଲକ, ଏନ.ସି.ପି, ଆରଜେଡି, ସମତା କାନ୍ତି ଦଳ ପ୍ରମୁଖ ସାମିଲ ହୋଇ ଦାବୀ କରିଥିଲେ
