Odia News Portal

ପୁରୀ ବେଳାଭୂମିରେ ଅଘଟଣ

ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକଙ୍କ ଚାଲିଗଲା ଜୀବନ। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ନର୍ଥ ଟ୍ବେଣ୍ଟି ପ୍ରଗଣାର ଲୁପିନ୍ ବିଶ୍ବାସ। ଆଜି ମଧ୍ୟାହ୍ନ ସମୟରେ ଲୁପିନ୍ ସେକ୍ଟର ୧୨ ହୋଟେଲ ବଙ୍ଗଲକ୍ଷ୍ମୀ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ସମୁଦ୍ର ଭିତରକୁ ଯାଇ ଲୁପିନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଲୁପିନ୍ ଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସମୁଦ୍ର କୂଳ ଥାନା ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।