Odia News Portal

କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣା: ୨୪ ଘଣ୍ଟା ପରେ ବି ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳୁନି

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ପୂର୍ବତନ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କୁ ହତ୍ୟା ଘଟଣାର ୨୪ ଘଣ୍ଟା ପରେ ପୋଲିସ ହାତ ଖାଲି। କାଳିଆଙ୍କୁ ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳୁନି। ଚିହ୍ନଟ ହୋଇପାରିନାହାଁନ୍ତି ଅପରାଧୀ।

କାଳିଆଙ୍କ ଭାଇ ନରସିଂହ ପ୍ରତିହାରୀଙ୍କ ଲିଖିତ ଅଭିଯୋଗ ଅନୁୟାୟୀ ୨ଜଣ ମୁଖ୍ୟ ଅଭିଯୁକ୍ତଙ୍କ ସହ ଅନ୍ୟ ୨ଜଣଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି। ପୋଲିସ ଅତିରିକ୍ତ ଏସ୍‌ପି ଓ ଡିଏସ୍‌ପିଙ୍କ ନେତୃତ୍ୱରେ ୪ଟି ଟିମ୍‌ ଗଠନ କରାଯାଇ ଚଢାଉ ଚାଲିଛି। ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ।

ମୋବାଇଲ ଟ୍ରାକିଙ୍ଗ ଓ ସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି। ୨୦୧୨ ଗୁନ ସିଂହାରୀ ହତ୍ୟା ମାମଲାରେ ଏହାର ସଂପ୍‌ୃକ୍ତି ଅଛିକି ନାହିଁ ତାହା ମଧ୍ୟ ତଦନ୍ତ କରୁଛି। ଗତକାଲି କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ବାରବାଟି ଜାଗାଠାରେ ହତ୍ୟା କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ।