Odia News Portal

ଟୋକିଓ ଅଲମ୍ପିକ, ବିଜୟରୁ ସିଦ୍ଧୁଙ୍କ ଅଭିଯାନ ଆରମ୍ଭ

ଟୋକିଓ: ଭାରତ ଲାଗି ଖୁସି ଖବର । ବିଜୟ ଅଭିଯାନ ଆରମ୍ଭ କରିଛନ୍ତି ସିନ୍ଧୁ । ସେ ଇସ୍ରାଏଲର ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ୨୧-୭, ୨୧-୧୦ ସେଟରେ ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ସେପଟେ ଭାରତୀୟ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତୀୟ ସୁଟର ମନୁ ଭକର ଏବଂ ଯଶସ୍ୱିନୀ ସିଂ ଦେଶୱାଲ ଯୋଗ୍ୟତା ଅର୍ଜନ ରାଉଣ୍ଡରେ ଫେଲ୍ ମାରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୬ ରିଓ ଅଲିମ୍ପିକ୍ସରେ ସିଲଭର ମେଡାଲ ଜିତିଥିଲେ ପି. ଭି ସିନ୍ଧୁ । ସେତେବେଳେ ସେ କାରୋଲିନା ମାରିନଙ୍କ ଠାରୁ ପରାସ୍ତ ହୋଇଥିଲେ ହେଲେ ଏଥର ମାରିନ୍ ଆହତ ହୋଇଛନ୍ତି । ତେଣୁ ସିନ୍ଧୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ଆଶା କରାଯାଉଛି ।