Odia News Portal

ନେଗେଟିଭ୍ ରିପୋର୍ଟ ନ ଥିଲେ କ୍ୱାରେଣ୍ଟାଇନ୍

. ବାହାର ରାଜ୍ୟ ଫେରନ୍ତାଙ୍କ କଟକଣା
. ଛତିଶଗଡ଼କୁ ଗାଡି ଚଳାଚଳ ବନ୍ଦ

ଭୁବନେଶ୍ୱର: ଦେଶ ଓ ରାଜ୍ୟରୁ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ନୂଆ ନିଦେ୍ର୍ଦଶାବଳୀ ଜାରି କରିଛନ୍ତି । ବାହାର ରାଜ୍ୟରୁ ବସ୍, ଟ୍ରେନ୍ ଓ ବିମାନ ଯୋଗେ ଓଡ଼ିଶା ଆସୁଥିବା ଲୋକଙ୍କ ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି । ବାହାର ରାଜ୍ୟରୁ ଅ ।ସିଥିବା ଲୋକ ୭୨ ଘଣ୍ଟା ପୂର୍ବର କୋଭିଡ୍ ଅ ।ରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅଥବା ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ନେଇଥିବା ରିପୋର୍ଟ ଦେବେ । ଯଦି କେଉଁଟି ବି ନଥିବ ତ ସେମାନଙ୍କୁ ୭ ଦିନ ଲାଗି ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ୍ କିମ୍ବା ଗୋଷ୍ଠୀଗତ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଅ ।ପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଅ ।ଦି ୧୬ଟି ଜିଲ୍ଲାରେ ଆବଶ୍ୟକତା ଭିତ୍ତିରେ ଟିଏମସି ସ୍ଥାପନ ଓ ପରି·ଳନା ଲାଗି ନିଦେ୍ର୍ଦଶ ଦିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଲାଗି ଗୋଷ୍ଠୀଗତ କ୍ୱାରେଣ୍ଟାଇନ୍ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଅ ।ଯିବ ।


ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଉଭୟ ପଟୁ ସାଧାରଣ ପରିବହନ ବ୍ୟବସ୍ଥାକୁ ଏପ୍ରିଲ୍ ୩୦ ଯାଏ ବାତିଲ୍ କରାଯାଇଛି । । ୧୦ ତାରିଖ ଠାରୁ ଛତିଶଗଡ଼କୁ ସବୁ ପ୍ରକାର ଟ୍ରେନ ବନ୍ଦ । ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଅ ।ସୁଥିବା ସବୁ ଟ୍ରେନ ବନ୍ଦ ହେବ । ସୀମା ଦେଇ ଓଡ଼ିଶା ଅ ।ସୁଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ଅଥବା ୭୨ ଘଣ୍ଟା ମଧ୍ୟରେ କରିଥିବା କୋଭିଡ୍ ଆରଟି-ପିସିଅ ।ର୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ସମସ୍ତ ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ କୋଭିଡ୍ କଟକଣା ମାନିବା ସହ ନିଜସ୍ୱ ଅ ।ଇସୋଲେସନ୍ ବ୍ୟବସ୍ଥା କରିବେ । କୋଭିଡ୍ ପଜିଟିଭ୍ ବାହାରିଲେ ସଂସ୍ଥା ସେମାନଙ୍କ ଲାଗି ଖର୍ଚ୍ଚ କରିବ । କୌଣସି ସଂସ୍ଥା କୋଭିଡ୍ ନିୟମ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଅ ।ଯିବ ।

ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନ ଏନେଇ ନିୟମିତ ଶିଳ୍ପ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ସହ ଅ ।ଲୋଚନା କରିବେ । କୋଭିଡ୍ କଟକଣା ମାନିବା ଯେଭଳି ମାସ୍କି ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ୍ ସ୍କାନିଂ ଓ ବାରମ୍ବାର ସାବୁନରେ ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।