Odia News Portal

ଟ୍ରାକ୍ଟର ଚଲାଇ ସଂସଦକୁ ଆସିଲେ ରାହୁଲ ଗାନ୍ଧୀ

ସୋମବାର ଦିନ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସୋମବାର ସକାଳେ ସେ ଯେତେବେଳେ ଦିଲ୍ଲୀ ସଡକରେ ଟ୍ରାକ୍ଟର ଚଳାଇ ସଂସଦ ଭବନରେ ପହଂଚିଥିଲେ, ଏହାକୁ ଦେଖି ସାଧାରଣ ଲୋକଙ୍କ ଠାରୁ ସାଂସଦ ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୁଖ୍ୟତ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ପ୍ରତ୍ୟାହାର ଓ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ରାହୁଲ ଗାନ୍ଧୀ ଏଭଳି କରିଛନ୍ତି ।

କହିରଖୁ କି ଉଭୟ ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ସପ୍ତାହ । ଆଜି ବି ସଂସଦର ଉଭୟ ସଦନରେ ପେଗାସସ୍ ଓ କୃଷି କାନୁନକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ରାକ୍ଟର ଚଳାଇ ସଂସଦରେ ପହଂଚିଛନ୍ତି । ତାଙ୍କ ସହିତ କଂଗ୍ରେସ ନେତା ରଣଦୀପ ସୁରଜେୱାଲା, ଦୀପେନ୍ଦ୍ର ହୁଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ବି ସାମିଲ ଥିଲେ । ରାହୁଲ ଗାନ୍ଧୀ ଯେଉଁ ଟ୍ରାକ୍ଟର ଚଳାଇ ସଂସଦ ଆସୁଥିଲେ ସେଥିରେ କୃଷି ଆଇନ ବିରୋଧୀ ପୋଷ୍ଟର ଲଗାଯାଇଥିଲା ।