Odia News Portal

ଆସନ୍ତାକାଲିଠୁ କମିବ ଗରମ,ରାଜ୍ୟର ବିଭିନ୍ନ ସ୍ଥାନରେ ହେବ କାଳବୈଶାଖୀ ପ୍ରଭାବରେ ବର୍ଷା

ଗତକିଛି ଦିନ ହେଲା ଲଘୁଚାପ ପ୍ରଭାବରେ ରାଜ୍ୟରେ ଗରମ ଟିକେ କମିଥିବା ବେଳେ, କିନ୍ତୁ ପୁଣି ଆରମ୍ଭ ହୋଇଯାଇଛି ଗରମ | ଅସହ୍ୟ ଗରମ ସାଙ୍ଗକୁ ଗୁଳିମୁଲି ଜନଜୀବନ କୁ ଅସ୍ତବ୍ୟସ୍ତ କରି ସାରିଲାଣି | ତେବେ ଆସନ୍ତା ୨୦ ତାରିଖ ବେଳକୁ ରାଜ୍ୟ ବାସୀଙ୍କୁ ମିଳିବ ଅସ୍ବସ୍ତି | ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ | ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ରାଜ୍ୟରେ ତାପମାତ୍ରା କମିଥିଲେ ବି ଗୁଳୁଗୁଳି ଜାରି ରହିବ । ୧୮ ତାରିଖ ପରେ ବର୍ଷା ଯୋଗୁ ଗରମ କମିପାରେ । ସେବେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି ।

​ସୋମବାର ରାଜ୍ୟର ୪ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀର ଜିଲ୍ଲାର ତାପମାତ୍ରା ସର୍ବାଧିକ ୪୨.୮ଡିଗ୍ରୀ, ସୋନପୁର ଓ ବୌଦ୍ଧର ତାପମାତ୍ରା ୪୨.୫ଡିଗ୍ରୀ ରେକର୍ଡ ହୋଇଛି । ବୌଦ୍ଧର ତାପମାତ୍ରା ୪୨.୫, ବରଗଡ ଓ ଟିଟିଲାଗଡର ୪୨.୪, ଭବାନୀପାଟଣା ଓ ମାଲକାନଗିରି ଓ ନୂଆପଡାର ୪୧.୫, ଝାରସୁଗୁଡାର ୪୦.୮ ଓ ସମ୍ବଲପୁରର ତାପମାତ୍ରା ୪୦.୨ ଡିଗ୍ରୀ ରହିଛି । କିନ୍ତୁ ଉପକୂଳ ଓଡିଶାରେବିଭିନ୍ନ ଜିଲ୍ଲାର ତାପମାତ୍ରା କମ୍‌ ଥିଲା । ଭୁବନେଶ୍ୱର, କଟକ, ଗୋପାଳପୁର, ପାରାଦୀପ, ପୁରୀ, ଅନୁଗୁଳ, ଚାନ୍ଦବାଲିରେ ତାପମାତ୍ରା ୩୫ଡିଗ୍ରୀରୁ କମ୍‌ ଥିଲା ।