Odia News Portal

ପ୍ରବଳ ବର୍ଷା ସମ୍ଭାବନା,୧୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର ଦିଗରେ ଗତି କରି ଛତିଶଗଡ଼ ମୁହାଁ ହୋଇଛି । ବାୟୁମଣ୍ଡଳରେ ୫.୮ କିମି ଯାଏଁ ଲମ୍ବିଛି ଲଘୁଚାପ କ୍ଷେତ୍ର । ଆଗାମୀ ଦୁଇଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଲଘୁଚାପ ସ୍ଥଳଭାଗ ମୁହାଁ ହୋଇଥିବାରୁ ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୭ଟି ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଲଘୁଚାପ ପ୍ରଭାବରେ ସର୍ବାଧିକ ବର୍ଷା ନବରଙ୍ଗପୁରରୁ ଡାବୁଗାଁରେ ୧୩୫.୨ ମିମି ରେକର୍ଡ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍ ୧ ତାରିଖରୁ ସେପ୍ଟେମ୍ବର୨୦ ସୁଦ୍ଧା ରାଜ୍ୟରେ ୧୧୪୦.୯ ମିମି ବର୍ଷା ରେକର୍ଡ ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ବର୍ଷା ୮୩୬.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କନ୍ଧମାଳ, ବୌଦ୍ଧ, ଗଜପତି, କୋରାପୁଟ ଓ ଢେଙ୍କାନାଳ ଆଦି ୫ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।