Odia News Portal

ହାଇଦ୍ରାବାଦକୁ ୨୨୧ ରନର ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ

*ମ୍ୟାଚରେ ଜୋସ୍ ବଟଲରଙ୍କ ଦମଦାର ଶତକ |

ନୂଆଦିଲ୍ଲୀ: ଆଇପିଏଲ ଆଜି ରାଜସ୍ଥାନ ରୟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଉଛନ୍ତି । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଥିବା ସମୟରେ ଟସ୍ ଜିତି ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ୍‌ ହରାଇ ବିଶାଳ ୨୨୦ ରନ କରିଛି । ପ୍ରଥମେ ବ୍ୟାଟିଂ କରି ପ୍ରଥମରୁ ହିଁ ଦମଦାର ପାଳି ଆରମ୍ଭ କରିଥିଲେ ଜୋସ୍ ବଟଲର ।ମାତ୍ର ୬୪ ବଲ ଖେଳି ୧୧ ଚୌକା ଏବଂ ୮ଛକା ସହାୟତାରେ ୧୨୪ ରନ ସଂଗ୍ରହ କରିଛନ୍ତି ବଟଲର । ହାଇଦ୍ରାବାଦକୁ ଜିତିବାକୁ ହେଲେ ୨୨୧ ରନ କରିବାକୁ ହେବ ।

ଜୋସ୍‌ ବଟଲର ଏବଂ ଜସଶ୍ବୀ ଜୟସଓ୍ବାଲ ଇନିଂସ ଆରମ୍ଭ କରିଥିଲେ । ବଟଲର ଆରମ୍ଭରୁ ହିଁ ୬୪ଟି ବଲରେ ବିସ୍ଫୋରକ ବ୍ୟାଟିଂ କରି ୧୨୪ ରନ୍ ସଂଗ୍ରହ କରିଥିଲେ । ବଟଲର ୧୨୪ ରନ ସେହିପରି ଅଧିନାୟକ ସଞ୍ଜୁ ସାମସନ୍‌ ୪ ଚୌକା ଏବଂ ୨ଟି ଛକା ସହାୟତାରେ ୪୮ ରନ, ଜୟସଓ୍ବାଲ ୧୨ରନ କରି ଆଉଟ ହୋଇଛନ୍ତି । ଡେଭିଡ୍‌ ମିଲର ୭ ଏବଂ ରିୟାନ ପରାଗ ୧୫ରନ କରି ଅପରାଜିତ ଅଛନ୍ତି ।ସେହିଭଳି ହାଇଦ୍ରାବାଦ ପକ୍ଷରୁ ସନ୍ଦିପ ଶର୍ମା, ରାସିଦ ଖାନ୍ ଏବଂ ବିଜୟ ଶଙ୍କର ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି |