ସମସ୍ୟା ରହିଲେ ଲୋକେ ଖବର ପ୍ରସାରଣ ପରେ, ବିଚାରପତି ନ୍ୟାୟ ଦିଅନ୍ତି ନ୍ୟାୟାଳୟ ରେ କିନ୍ତୁ, ପ୍ରଥମ ଥର ପାଇଁ ଏଭଳି ଘଟଣାରେ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଚାରିପୋଖରିଆ ଗାଁ ରେ । ପ୍ରସଂଶା ରେ ସତମୁଖ ହୋଇଛନ୍ତି ସମସ୍ତେ । ସୂଚନାନୁସାରେ ଅମର ବାରିକଙ୍କ ତିନି ଝିଅ ଓ ଗୋଟେ ପୁଅ ଥିଲେ । ଅମରଙ୍କ ମୃତ୍ୟୁ ପରେ ତାଙ୍କ ମା ୪ ପିଲାଙ୍କୁ ଛାଡ଼ି କେଉଁଆଡେ ଚାଲି ଯାଇଥିଲେ ।
ଏହି ଖବର ବେସ ପ୍ରଭାବିତ କରିଥିଲା କେନ୍ଦ୍ରାପଡ଼ା କୋର୍ଟ ର ଜିଲ୍ଲା ଜଜ୍ ବିଶ୍ୱଜିତ୍ ମହାନ୍ତି ଙ୍କୁ ଏଣୁ କିଭଳି ତୁରନ୍ତ ଏହି ପରିବାର ସହଯୋଗ ପାଇବ ଏଣୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜଜ୍ ସୁମିତ୍ରା ସାହୁ ଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ ସେ ସ୍ଥାନକୁ ଯିବା ପାଇଁ । ସଚିବ ସୁମିତ୍ରା ସାହୁ ମଧ୍ୟ ଏହି ଉପାନ୍ତ ଗାଁ ରେ ପହଁଚି ଗଲେ । ସେମାନଙ୍କ ପ୍ରତ୍ୟେକଟି ସମସ୍ୟା ବୁଝିଲେ ତୁରନ୍ତ ସେଠାରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଡାକି ଆଲୋଚନା କରିବା ସହ ସେମାନଙ୍କୁ ତୁରନ୍ତ ସମସ୍ତ୍ ସହଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନିୟ ଡିଲର୍ ଙ୍କୁ ଡାକି ରାସନ୍ ସମଗ୍ରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଙ୍କୁ ତୁରନ୍ତ ଏମାନଙ୍କୁ ଭୂମିହୀନ ଜାଗା ଓ ଘର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଆକାଉଣ୍ଟ ନ ଥିବାରୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାରୁ ତୁରନ୍ତ ଆକାଉଣ୍ଟ ଖୋଲା ହେଲା । ଗୋଟିଏ ଦିନରେ ଆକାଉଣ୍ଟ ଖୋଲିବାକୁ ମହିଳା ବିଚାରପତି ଙ୍କ ଏଭଳି କାର୍ୟ୍ୟ ପ୍ରଶଂସା ରେ ଶତମୁଖ ସମଗ୍ର ଅଞ୍ଚଳ ମହିଳା ଜଜ୍ ଙ୍କ ଏଭଳି ଆକ୍ସନ ହୁଏତ ବିରଳ କାରଣ ନିଜ ସିଟ ଛାଡି ଜିଲ୍ଲା ଜଜ୍ ଙ୍କ ନିର୍ଦ୍ଦେଶ ରେ ଗାଁ ରେ ପହଂଚି କେଉଁ ସମସ୍ୟାର ସମାଧାନ କଲେ ତାହା ଉଦାହରଣ ହୋଈ ରହିବ ସେଥିପ୍ରତି ଆକ୍ସନ ମୁଡ଼ରେ ଜିଲ୍ଲା ଜଜ୍।
Sign in
Sign in
Recover your password.
A password will be e-mailed to you.
