ରାଜ୍ୟସଭା ଘୋଡ଼ାବେପାର ଚେତାବନୀ : ଦୁଇ ବିଜେଡି ବିଧାୟକଙ୍କୁ ସୋ କଜ ନୋଟିସ, କଂଗ୍ରେସ ବିଧାୟକଙ୍କୁ ପିସିସି ସଭାପତିଙ୍କ ନାଲିଆଖି
ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ । ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ ନାଁରେ କାରଣ ଦର୍ଶାଅ ନୋଟିସ ଜାରି । ନବୀନ ନିବାସରେ ଗତ ତିନିଦିନ ଧରି ହୋଇଥିବା ବୈଠକରେ ଅନୁପସ୍ଥିତ ଥିବାରୁ ନୋଟିସ ଜାରି ହୋଇଛି । ତିନିଦିନିଆ ବୈଠକରେ ଯୋଗ ଦେବାକୁ ହ୍ବିପ ଜାରି ହୋଇଥିଲେ ମଧ୍ୟ ସେମାନେ ବୈଠକରେ ଯୋଗ ଦେଇନାହାନ୍ତି । ରାତି ନଟା ସୁଦ୍ଧା ନବୀନ ନିବାସରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଛି । ଦଳୀୟ ବିଶୃଙ୍ଖଳା ଭଙ୍ଗ ଅଭିଯୋଗରେ ସୋକଜ ନୋଟିସ ଜାରି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।ଏପଟେ କଂଗ୍ରେସ ବିଧାୟକଙ୍କୁ ପିସିସି ସଭାପତିଙ୍କ ନାଲିଆଖି । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପ୍ରସଙ୍ଗରେ ବିଧାୟକଙ୍କୁ ଚେତାବନୀ ଦେଇଛନ୍ତି ଭକ୍ତ ଦାସ । ନିଜଦମରେ କୌଣସି ବିଧାୟକ ବିଜୟ ଲାଭ କରି ବିଧାୟକ ହୋଇନାହାନ୍ତି। କଂଗ୍ରେସ ଯୋଗୁଁ ବିଧାୟ ହୋଉଛନ୍ତି ବୋଲି ଚେତାଇଛନ୍ତି । କେହି କ୍ରସ ଭୋଟିଂ କଲେ ଦଳରୁ ଯିବା ସହ ନିଜ ବିଧାୟକ ପଦ ମଧ୍ୟ ହରାଇବେ ବୋଲି କହିଛନ୍ତି ଭକ୍ତ । ଘୋଡ଼ାବେପାରରେ ଲିପ୍ତ ବିଧାୟକଙ୍କୁ ନିଜ ଅଞ୍ଚଳରେ ଚାଲିବାକୁ ଦିଆଯିବ ନାହିଁ। କେତେ କୋଟିରେ ବିକ୍ରି ହୋଇଛନ୍ତି ସଭା କରି ଲୋକଙ୍କୁ ଜଣାଇବେ ବୋଲି ଚେତାବନୀ ଦେଇଛନ୍ତି ଭକ୍ତ ଦାସ ।
