Odia News Portal

ମୁଁ ହିମ୍ମତ ହାରି ନଥିଲି: ମିନୁ ମାନହାସ

ଛତିଶଗଡ଼: ମାଓବାଦୀଙ୍କ କବଳରୁ ଅପହୃତ ଯବାନ ରାକେଶ୍ୱର ସିଂହ ମାନହାସ ମୁକୁଳିବା ପରେ ପରିବାରେ ଖେଳିଯାଇଛି ଖୁସିର ଲହରୀ | ରାକେଶ୍ୱରଙ୍କ ମୁକ୍ତି ଖବର ପାଇବା ପରେ ସ୍ତ୍ରୀ ମିନୁ ମାନହାସ ନିଜ ପ୍ରତିକ୍ରିୟାରେ କହିଛନ୍ତି | ଆଜି ତାଙ୍କ ଜୀବନର ସବୁଠୁ ଖୁସିର ଦିନ | ମୁଁ ହିମ୍ମତ ହରାଇ ନଥିଲି | ସେ ନିଶ୍ଚିତ ଫେରିବେ ବୋଲି ଆଶାବାଦୀ ଥିଲି | ଏହା ବ୍ୟତୀତ ମିନୁ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ସୂଚନା ଅନୁଯାୟୀ, ଗତ ଏପ୍ରିଲ ୩ ତାରିଖରେ ଛତିଶଗଡର ବିଜାପୁର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲମାନେ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୨ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ । ହେଲେ ତେବେ ଏହାପରଠାରୁ କୋବ୍ରା ଯବାନ ରାକେଶ୍ୱର ନିଖୋଜ ଥିଲେ । ଏହାପରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଅପହୃତ କରିନେଇଥିବା ନେଇଥିବା ଖବର ସାମ୍ନାକୁ ଆସିଥିଲା । ଗତକାଲି ମାଓବାଦୀମାନେ ଅପହୃତ ଯବାନଙ୍କ ଏକ ଫଟୋ ଜାରି କରିବା ସହିତ ସେ ସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ । ହେଲେ ସରକାରୀଙ୍କୁ ଆଲୋଚନା ପାଇଁ ମଧ୍ୟସ୍ଥି ଚୟନ କରିବାକୁ ମାଓବାଦୀମାନେ ଦାବି କରିଥିଲେ । ଏବେ ଯବାନଙ୍କୁ ମାଓବାଦୀମାନେ ଛାଡି ଥିବା ନେଇ ଖବର ମିଳିଛି ।