ରାଜ୍ୟର ପାଣିପାଗ ବଦଳିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିରେ କୁହାଯାଇଛି ଯେ ଉପକୂଳରେ ଗରମ କମିଯିବ, କିନ୍ତୁ ପଶ୍ଚିମ ଓଡ଼ିଶାରେ ଆଉ କିଛି ଦିନ ଯାଏ ଗ୍ରୀଷ୍ମପ୍ରବାହର ସ୍ଥିତି ଜାରି ରହିବ। ମୌସୁମୀ ଓଡ଼ିଶା ଆସିବା ପାଇଁ ପାଗ ଅନୁକୂଳ ହୋଇଛି। ଦୁଇ ତିନି ଦିନ ଭିତରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହେଇଯିବ। ରାଜ୍ୟରେ ଧୀରେ ଧୀରେ ବର୍ଷାର ମାତ୍ରା ବଢିବ। ଏଲ ନିନୋର ପ୍ରଭାବ ଓଡ଼ିଶା ଉପରେ ପଡ଼ିନଥାଏ। ତେଣୁ ରାଜ୍ୟରେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ।
ଏଣେ ରଥଯାତ୍ରାରେ ପୁରୀରେ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ରଥଯାତ୍ରାରେ ପୁରୀରେ ଆକାଶ ମେଘୁଆ ରହିବ, ଗୁଳୁଗୁଳି କମିଯିବ।
ଆସନ୍ତାକାଲି ରଥଯାତ୍ରା। ଗରମ ଗୁଳୁଗୁଳିରେ ଜନଜୀବନ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏବେ ପାଣିପାଗ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି। ରଥଯାତ୍ରାରେ ଗରମ ଗୁୂଳୁଗୁଳିର ମାତ୍ରା କିଛିଟା କମିବ ଯାତ୍ରା ସମୟରେ ତାତି ଖସିବ। ଦିନକରେ ୩ରୁ ୫ ଡିଗ୍ରି ତାପମାତ୍ରା କମିବ। ୨୧ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିଭଳି ୨୨ରେ କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।