Odia News Portal

୧୩୪ ରନରେ ଅଲଆଉଟ୍ ଇଂଲିସ୍‌ ଟିମ୍‌

ଚେନ୍ନାଇ: ଚେନ୍ନାଇର ଏମ୍‌ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଜାରି ରହିଥିବା ଭାରତ ଏବଂ ଇଂଲଣ୍ଡର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇଂନିସରେ ଭାରତର ୩୨୯ ରନ୍‌ ଜବାବରେ, ମାତ୍ର ୧୩୪ ରନ୍‌ କରି ପାରିଛି ଭ୍ରମଣକାରୀ ଇଂଲଣ୍ଡ ଦଳ । ରବିଚନ୍ଦ୍ରନ ଅଶ୍ଵିନଙ୍କ ଘାତକ ବୋଲିଂ ବଳରେ ଭାରତ ସାମ୍ନାରେ ଆତ୍ମ ସମର୍ପଣ କରିଛି ଇଂଲିସ୍‌ ଟିମ୍‌ ।

ଅନ୍ୟପଟେ ଭାରତକୁ ୧୯୫ ରନ୍‌ର ବିଶାଳ ଲିଡ୍‌ ମିଳିଛି । ଯାହାକି ଦ୍ୱିତୀୟ ଇନିଂସରେ ସହାୟକ ହେବ । ଭାରତ ପକ୍ଷରୁ ରବିଚନ୍ଦ୍ରନ୍‌ ଅଶ୍ୱିନ ୪୩ ରନ୍‌ ଦେଇ ୫ ଓ୍ବିକେଟ୍‌ ହାସଲ କରିଛନ୍ତି । ସେହିଭଳି ଇଶାନ୍ତ ଶର୍ମା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ୍‌ ନେଇଥିବା ବେଳେ ମହମ୍ମଦ ସିରାଜ୍‌ ଗୋଟିଏ ଓ୍ବିକେଟ୍‌ ନେଇଛନ୍ତି । ଇଂଲଣ୍ଡ ପକ୍ଷରୁ ବେନ୍‌ ଫୋକସ୍‌ ସର୍ବାଧିକ ୪୨ ରନ୍‌ କରିଛନ୍ତି ।

ପ୍ରଥମ ଇନିଂସରେ ବ୍ୟାଟିଂ ପାଇଁ ଆସିଥିବା ଇଂଲଣ୍ଡ ଦଳ ଆରମ୍ଭରୁ ଝଟକା ଉପରେ ଝଟକା ଖାଇଥିଲା । ରୋରୀ ଜୋସେଫ୍ ବର୍ଣସ୍ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଡି ସିବଲେ ୧୬, ଡାନ୍ ଲରେନ୍ସ ୯ , ଜୋ ରୁଟ୍ ୬ ଓ ବେନ୍ ଷ୍ଟୋକସ୍ ୧୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଓଲି ପୋପ୍ ୨୨ ଓ ବେନ୍ ଫୋକସ୍ ୪୨, ମୋଇନ୍‌ ଅଲ୍ଲୀ ୬, ଓଲି ଷ୍ଟୋନ୍‌ ୧, ଜ୍ୟାକ୍‌ ଲିଚ୍‌ ୫ ଏବଂ ଷ୍ଟୁଆର୍ଟ ବ୍ରଡ୍‌ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଯାଇଥିଲେ ।