Odia News Portal

ରାୟଗଡା ଜିଲ୍ଲାପାଳଙ୍କ କାଶୀପୁର ବ୍ଲକ ଗସ୍ତ

ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵସିଂ ଆଜି କାଶୀପୁର ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ବ୍ଲକ ପରିସରରେ ନିର୍ମାଣଧୀନ ମିଶନ ଭବନ ପରିଦର୍ଶନ କରି କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ ଏବଂ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୁର୍ଣ୍ଣ କରିବ।କୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ 5T ଅଧୀନରେ ରୂପାନ୍ତରିତ କରିବା ନିମନ୍ତେ ରେଙ୍ଗା ଉଚ୍ଚ ବିଦ୍ୟାଳୟକୁ ଏବଂ ଗୋରଖପୁର ଉଚ୍ଚ ବିଦ୍ୟାଳୟୟଲକୁ ପରିଦର୍ଶନ କରି ପ୍ରଧାନ ଶିକ୍ଷକ,ପୁରାତନ ଛାତ୍ର ସାଙ୍ଘ ଓ ଗ୍ରାମସିଙ୍କ ସହିତ ଆଲୋଚନା କରିଥିଲେ । ବିଶେଷ କରି ସ୍ମାର୍ଟ ଶ୍ରେଣୀ ଗୃହ,ଉନ୍ନତ ମାନର ବିଜ୍ଞାନ ଗାର ,ଖେଳ ପଡ଼ିଆ, ପାଠାଗାର ନିର୍ମାଣ ନିମନ୍ତେ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ଏହାପରେ ଚମ୍ପାଯୋଡ଼ି ଗ୍ରାମକୁ ଯାଇ ସେଠାରେ ଦୁଇଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା କାର୍ଯ୍ୟକ୍ରମ ଗୁଡ଼ିକ ଅନୁଧ୍ୟାନ କରିଥିଲେ ।କିପରି ମା ନାରାୟଣୀ ଗ୍ରୁଫର ମହୁମାଛି ଚାଷ ଏବଂ ମା ତାରିଣୀ ଗ୍ରୁଫର ପେପେର ପ୍ଲେଟ ତିଆରି କରି ଆତ୍ମ ନିର୍ଭର ହେବାକୁ ଯାଉଛିନ୍ତି ତାହା ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ବିଡିଓ ମନିଶା ଦାସ,ତହସିଲଦାର ଶରତ ଶବର,ଆଇଆଇସି କାଶୀପୁର ଥାନା,ବ୍ଲକର ସହକାରୀ ଯନ୍ତ୍ରୀ,ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।