Odia News Portal

ଆରବିଆଇର ବଡ଼ ଘୋଷଣା, ଡିସେମ୍ୱର ୧ରେ ଲଞ୍ଚ ହେବ ଭାରତର ଖୁଚୁରା ଡିଜିଟାଲ ଟଙ୍କା

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଡିଜିଟାଲ ମୁଦ୍ରା- ଡିଜିଟାଲ ଟଙ୍କା କୁ ନେଇ ବଡ଼ ଘୋଷଣା କରିଛନ୍ତି । ଆରବିଆଇ କହିଛି ଯେ, ଡିସେମ୍ୱର ୧ରେ ଖୁଚୁରା ଡିଜିଟାଲ ଟଙ୍କା ପାଇଁ ପ୍ରଥମ ବ୍ୟାଚ୍ ଲଞ୍ଚ କରିବ । ଏକ ଡଜିଟାଲ ଟୋକନ ରୂପରେ ଲଞ୍ଚ ହେବ । ଏହା ଲିଗଲ ଟେଣ୍ଡରକୁ ମଧ୍ୟ ପ୍ରତିନିଧିତ୍ୱ କରିବ । ଆରବିଆଇ ଏହା ମଧ୍ୟ କହିଛି ଯେ, ବର୍ତ୍ତମାନରେ ପ୍ରଚଳନରେ ଥିବା କାଗଜ ଏବଂ କଏନର ମୂଲ୍ୟବର୍ଗରେ ହିଁ ଡିଜିଟାଲ ଟଙ୍କା ଜାରି କରାଯିବ।
ଇ ଡିଜିଟାଲ ଟଙ୍କାର ପାଇଲଟ ପ୍ରୋଜେକ୍ଟରେ ଭାଗ ନେବାକୁ ଥିବା ଗ୍ରାହକ ଏବଂ ବ୍ୟବସାୟୀଙ୍କ କ୍ଲୋଜଡ ୟୁଜର ଗ୍ରୁପରେ ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ଉପଲବ୍ଧ ହେବ । ଇ ଡିଜିଟାଲ ଟଙ୍କା ଏକ ଟୋକନ ରୂପରେ ଲିଗଲ ଟେଣ୍ଡର ହେବ । ବ୍ୟାଙ୍କ ମାଧ୍ୟମରେ ହିଁ ଏହାକୁ ବିସ୍ତାରିତ କରାଯିବ । ଏହାର ଗ୍ରାହକ ବ୍ୟାଙ୍କ ପକ୍ଷରୁ ଉପଲବ୍ଧ କରାଯାଇଥିବା ଆପ ଜରିଆରେ କାଣିପାରିବେ ଏବଂ ନିଜ ମୋବାଇଲ ଫୋନରେ ସୁରକ୍ଷିତ ରଖିପାରିବେ । ଏଥିରେ ବ୍ୟକ୍ତଙ୍କ ଠାରୁ ବ୍ୟକ୍ତି ଏବଂ ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀଙ୍କ ମଧ୍ୟରେ ନେଣଦେଣ ହୋଇପାରିବ । ଦୋକାନରେ ଥିବା କ୍ୟୁଆର କୋଡ ମାଧ୍ୟମରେ ବ୍ୟବସାୟୀଙ୍କୁ ଟଙ୍କା ପୈଠ କରିପାରିବେ।