Odia News Portal

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଓଭର ଆରମ୍ଭରୁ ଭାରତକୁ ଜୋରଦାର ଝଟକା

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଯାଇଛି। ଆଡିଲେଡ୍‌ରେ ପିଙ୍କ୍ ବଲରେ ଖେଳାଯାଉଛି ଆଜିର ପ୍ରଥମ ମ୍ୟାଚ୍ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ଓଭରରେ ଭାରତକୁ ଲାଗିଛି ଜୋରଦାର ଝଟକା । ଓପନର ପୃଥ୍ୱୀ ସ’ କୌଣସି ରନ୍ ନ କରି ଆଉଟ୍ ହୋଇଯାଇଛନ୍ତି। ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ମିଚେଲ୍ ଷ୍ଟାର୍କଙ୍କ ବଲ୍‌ରେ ସେ ବୋଲ୍ଡ ହୋଇଥିଲେ।।

ସ’ ଆଉଟ୍ ହେବା ପରେ ଚେତେଶ୍ୱର ପୂଜାରା ବ୍ୟାଟିଂ କରିବାକୁ ମଇଦାନକୁ ଆସିଛନ୍ତି। ପୃଥ୍ୱୀ ସ’ଙ୍କ ସହିତ ମ୍ୟାଚ୍ ଓପନ୍ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ୍ କ୍ରିଜ୍‌ରେ ଅଛନ୍ତି।ଏବେ ସୁଦ୍ଧା ଭାରତ ୧୮ ଓଭରରେ ଗୋଟିଏ ୱିକେଟ୍ ହରାଇ ୩୨ ରନ୍ କରିଥିଲା। ପ୍ରଥମ ଟେଷ୍ଟ୍ ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଦଳ ଅଷ୍ଟ୍ରେଲିଆ କ୍ରିକେଟରେ ଗୋଲାପୀ ବଲକୁ ଚ୍ୟାଲେଞ୍ଜ ଦେଇଛନ୍ତି ।

ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ମୋଟ୍‌ ୪ଟି ଦିବା/ରାତ୍ର ଟେଷ୍ଟ ଖେଳିଛି। ୨୦୧୫ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩ ୱିକେଟ୍‌ରେ ହରାଇଥିଲା। ଏହାପରେ ୨୦୧୬ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍‌ରେ , ୨୦୧୭ରେ ଆଡିଲେଡ୍‌ ଗ୍ରାଉଣ୍ଡ୍‌ରେ ଇଂଲଣ୍ଡକୁ ୧୨୦ ରନ୍‌ ଓ ୨୦୧୯ରେ ପାକିସ୍ତାନକୁ ଇନିଂସ ଓ ୪୮ ରନ୍‌ରେ ମାତ୍ ଦେଇଥିଲା। ଦିବା/ରାତ୍ର ଟେଷ୍ଟରେ ଅଭିଜ୍ଞ ପେସ୍‌ ବୋଲର ମିଚେଲ ଷ୍ଟାର୍କଙ୍କ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ରହିଛି । ସେ ୭ଟି ଦିବା/ରାତ୍ର ଟେଷ୍ଟ ଖେଳି ମୋଟ୍‌ ୪୨ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି।

ତେବେ ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଟିମ୍ ପେନ୍ (ଅଧିନାୟକ ଓ ୱିକେଟ୍‌କିପର), ଜୋ ବର୍ନସ, ପ୍ୟାଟ୍ କମିନ୍ସ, କାମେରନ୍ ଗ୍ରିନ୍‌, ମାର୍କସ ହାରିସ୍‌, ଜୋସ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍‌, ମୋଜେସ ହେନରିକ୍ସ, ମାର୍ନସ ଲବୁସାନ୍‌, ନାଥନ୍ ଲାୟନ୍‌, ମାଇକେଲ୍‌ ନେସର୍‌, ଜେମ୍ସ ପାଟିନସନ୍‌, ଷ୍ଟିଭେନ୍ ସ୍ମିଥ୍‌, ମିଚେଲ୍‌ ଷ୍ଟାର୍କ, ମିଚେଲ୍‌ ସ୍ବିପସନ୍‌, ମାଥ୍ୟୁ ୱାଦେ ଆଦି ଖେଳାଳି ଖେଳୁଛନ୍ତି |

ସେହିଭଳି ଭାରତୀୟ ଖେଳାଳିଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା (ୱିକେଟ୍‌କିପର), ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଉମେଶ ଉମେଶ ଯାଦବ, ମହମ୍ମଦ ସାମି ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରା ଆଦି ଖେଳାଳି ଖେଳୁଛନ୍ତି |