ହାତୀ-ମଣିଷ ଲଢେଇରୁ ଧନଜୀବନ ନଷ୍ଟ ରୋକିବାକୁ ବନ ବିଭାଗର ପ୍ରୟାସ । ଧନଜୀବନ ନଷ୍ଟ ରୋକିବାକୁ ବହୁସୁତ୍ରୀ ଫର୍ମୁଲା ଆପଣେଇବ ବନବିଭାଗ । ଗଜସାଥୀ କାର୍ଯ୍ୟକ୍ରମ ସହ ଏଣିକି ଯୋଡି ହେଲା ୩ଟି ନୂଆ କାର୍ଯ୍ୟକ୍ରମ । ରେଡିଓ କଲାରିଂ,ସୋଲାର ପାୱାର ଫେନ୍ତ୍ରିଂ,ହାଇମାକ୍ସ ଲାଇଟ ଲାଗିବ । ହାତୀର ଗତିବିଧି ଜାଣିବାକୁ ହାତୀ ବେକରେ ଲାଗିବ ରେଡିଓ କଲାର । ବେଙ୍ଗାଲୁରୁର ଏକ କମ୍ପାନୀ ସହ ଏମଓୟୁ ସ୍ୱାକ୍ଷର କଲା ବନବିଭାଗ । ପ୍ରାରମ୍ଭିକ ଭାବେ ୩ଟି ହାତୀ ବେକରେ ଲାଗିବ ରେଡିଓ କଲାର । ଚଳିତ ବର୍ଷ ଗଜସାଥୀ କାର୍ଯ୍ୟକ୍ରମ ୨ହଜାର ଗାଁକୁ ସମ୍ପ୍ରଧାରଣ ଲକ୍ଷ୍ୟ । ଅନୁଗୁଳ ବନ୍ତଳାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲାଗିବ ସୋଲାର ଫେନ୍ତ୍ରିଂ । ପାଖାପାଖି ୪୩ଟି ଗାଁରେ ସୋଲାର ପାୱାର ଫେନ୍ତ୍ରିଂ ଲଗାଯିବା ଲକ୍ଷ୍ୟ । ଏହାଛଡା ଏହି ଅଞ୍ଚଳରେ ୟର୍ଲି ସିଷ୍ଟମ ମଧ୍ୟ ଲଗାଯିବ । ଅଞ୍ଜଳରେ ହାତୀ ପଶିବା ମାତ୍ରେ ୟଲିଂ ୱାର୍ଣ୍ଣିଂ ସିଷ୍ଟମ ଅନ କରିବେ ଟ୍ରାକର । ୟଲି ୱାର୍ଣ୍ଣି ସିଷ୍ଟମ ଅନ ହେଲେ ସାଇରନ ସହ ରେଡ୍ ଲାଇଟ ଦେଖାଯିବ । ଏହୀ ଯୋଜନା ନେଇ ପିସିସିଏଫ ସୁଶୀଲ କୁମାର ପୋପଲିଙ୍କ ସୂଚନା ।