ଭାରତରେ ଆର୍ଜେଣ୍ଟିନାର ଫୁଟବଲ ଲିଜେଣ୍ଡ ଲିଓନେଲ ମେସି । ୩ ଦିନିଆ G.O.A.T ଇଣ୍ଡିଆ ଟୁରରେ ଥିବା ମେସିଙ୍କ ସମାନର୍ଥେ କୋଲକାତାରେ ୭୦ ଫୁଟ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଯାହାକୁ ଭର୍ଚୁଆଲରେ ଉନ୍ମୋଚନ କରିଛନ୍ତି ନିଜେ ମେସି । ମେସିଙ୍କ ଗୋଟେ ଝଲକ ପାଇବାକୁ କୋଲକାତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଏୟାରପୋର୍ଟରେ ଘଣ୍ଟା ଘଣ୍ଟା ଧରି ଫ୍ୟାନ ମାନେ ଅପେକ୍ଷା କରି ରହିଥିଲେ ।
ସଲ୍ଟ ଲେକ ଷ୍ଟାଡିୟମରେ ମେସିଙ୍କୁ ଦେଖିନପାରିବାରୁ ଫ୍ୟାନ୍ସ ଭଙ୍ଗାରୁଜା କରିଛନ୍ତି । ପଡିଆ ଭିତରକୁ ଦର୍ଶକ ଧସେଇ ପଶିଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠିମାଡ ହୋଇଛି । ମେସି 10 ମିନିଟ ପାଇଁ ପଡିଆକୁ ଆସିଥିଲେ ହେଲେ ତାଙ୍କୁ ଅନ୍ୟ ଲୋକ ଘେରି ରହିଥିଲେ । ଫ୍ୟାନ୍ସ ୫ ହଜାରରୁ ଅଧିକ ପଇସା ଦେଇ ଆସିଥିଲେ ହେଲେ ନିଜ ପ୍ରିୟ ତାରକାକୁ ନ ଦେଖିପାରିବାରୁ ହଙ୍ଗାମା କରିଛନ୍ତି ।
ଲିଓନେଲ୍ ମେସି ଶୀଘ୍ର ପଡ଼ିଆ ଛାଡିଯିବାରୁ କିଛି ପ୍ରଶଂସକ ବିରକ୍ତ ହୋଇଥିଲେ । ମେସିଙ୍କ ସହ ସାକ୍ଷାତ ସେଲ୍ଫି ନେବାକୁ ଅପେକ୍ଷା କରିଥିଲେ । ମାତ୍ର ୧୦ ମିନିଟ୍ ପାଇଁ ଆସିଥିଲେ ମେସି। ତାଙ୍କୁ ନେତା ଓ ମନ୍ତ୍ରୀମାନେ ଘେରିଯାଇଥିଲେ । ଆର୍ଜେଣ୍ଟିନା କିମ୍ବଦନ୍ତୀଙ୍କୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିବା ଅନେକ ପ୍ରଶଂସକ ଗୋଟିଏ ଝଲକ ମଧ୍ୟ ନପାଇବାରୁ ନିରାଶ ହୋଇଥିଲେ । ସେମାନେ ସ୍ଥାନରେ ପହଞ୍ଚିବା ପାଇଁ ୨ ହଜାରରୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ।
