କଫି ଚାଷ ପାଇଁ ୪ ଲକ୍ଷ ହେକ୍ଟର ଜମିରେ ସମ୍ଭାବନା ରହିଛି। By Swadhikar News Last updated Sep 9, 2025 କଫି ଚାଷ ପାଇଁ ୪ ଲକ୍ଷ ହେକ୍ଟର ଜମିରେ ସମ୍ଭାବନା ରହିଛି। କିନ୍ତୁ ହେଉଛି ୪ ହଜାର ହେକ୍ଟର ଜମିରେ। ଅନୁକୂଳ ପାଗ, ବ୍ୟାପକ ସୁବିଧା ସୁଯୋଗ ଓ ନିଆରା ସ୍ବାଦ ସତ୍ତ୍ବେ ବିଶ୍ବ ବଜାରରେ କୋରାପୁଟ କଫି ଆଗକୁ ବଢ଼ିପାରୁନି। କଫି ବୋର୍ଡ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ରୋଡ୍ ମ୍ୟାପ୍ ତିଆରି କରି ବାହାର ରାଜ୍ୟର କଫି ଚାଷୀଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ୩ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ରାଜ୍ୟପାଳ କଫି ବୋର୍ଡରେ କଫି ଷ୍ଟଲ୍ ଓ ବଗିଚା ବୁଲି ଦେଖିବା ସହିତ ଚାଷୀ, ଏସ୍ଏଚ୍ଜି ମହିଳା ଓ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟପାଳ କହିଛନ୍ତି, କୋରାପୁଟ ଜିଲ୍ଲା ଅନୁସୂଚିତ ଅଞ୍ଚଳରେ ଆସୁଥିବାରୁ ସରକାରୀ ଜମି ସାଧାରଣ ବର୍ଗ ଲୋକଙ୍କୁ ହସ୍ତାନ୍ତରରେ ସମସ୍ୟା ରହିଛି। ଘରୋଇ ଚାଷୀ ନିଜ ଜମିରେ କଫି ଚାଷ କରିବା ପାଇଁ କିପରି ଆକୃଷ୍ଟ ହେବେ ସେ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟପାଳ କହିଥିବା ସୂଚନା ଦେଇଛନ୍ତି କୋରାପୁଟ କେନ୍ଦ୍ରୀୟ କଫି ବୋର୍ଡର ସମ୍ପ୍ରସାରଣ ଅଧିକାରୀ ଉପେନ୍ଦ୍ର କୁମାର ସାହା। coffee cultivationswadhikarswadhikar news Share