Odia News Portal

ନବୀନଙ୍କୁ ଭେଟିଲେ ରୁଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସଦ୍ୟ ପିପିଲି ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ରୁଦ୍ର ମହାରଥୀ । ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆର୍ଶୀର୍ବାଦ ନେଇଛନ୍ତି । ନିର୍ବାଚନ ଜିତିବା ପରେ ପ୍ରଥମଥର ଲାଗି ଆଜି ଭେଟିଛନ୍ତି । ତେବେ ରୁଦ୍ରଙ୍କ ସହ ତାଙ୍କ ମା, ଭଉଣୀ ଏବଂ ସ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ସେପଟେ ବିଧାୟକ ଉମା ସାମନ୍ତରାୟ, ବ୍ୟମକେଶ ରାୟ ଏବଂ ସମୀର ଦାଶ ପ୍ରମୁଖ ଉପସ୍ଥିତ ଅଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ କଣ ଗୁରୁ ମନ୍ତ୍ରଣା ଦେଉଛନ୍ତି ତାଉପରେ ରହିଛି ସମସ୍ତଙ୍କ ନଜର ।

ସୂଚନା ଥାଉକି, ପିପିଲି ଉପନିର୍ବାଚନ ଫଳାଫଳ ଗତକାଲି ପ୍ରକାଶ ପାଇଛି । ବିଜେଡି ପ୍ରାର୍ଥୀ ରୁଦ୍ର ୨୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି । ପିପିଲିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ରୁଦ୍ର । ବାପାଙ୍କ ଗଡ଼ରେ ପୁଣି ପୁଅର ବିଜୟ ହୋଇଛି । ଯାହାକୁ ନେଇ ସବୁଠି ବିଜେଡିର ଜୟଗାନ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ବିଜେଡିର ଦବଦବା ସାଙ୍ଗକୁ ରୁଦ୍ରଙ୍କ କାର୍ଯ୍ୟ କରିବାର ଶୈଳୀ ଭୋଟରେ କନଭର୍ଟ ହୋଇଛି ।