Odia News Portal

ବିନା ଶ୍ରଦ୍ଧାଳୁରେ ଗଡ଼ିବ ରୁକୁଣା ରଥ

* ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ |

ଭୁବନେଶ୍ୱର: ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ପର୍ବ ରୁକୁଣା ରଥଯାତ୍ରା ନେଇ ଆଜି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକରେ ବିନା ଶ୍ରଦ୍ଧାଳୁରେ ରଥଯାତ୍ରା ହେବା ନେଇ ଆଲୋଚନା ହୋଇଛି । ଏହା ସହ ସ୍ୱଳ୍ପ ସେବାୟତଙ୍କୁ ମଧ୍ୟ ଏହି ରଥଯାତ୍ରାରେ ନିୟୋଜିତ କରାଯିବା ନେଇ ନିଷ୍ପତ୍ତି ହୋଇଛି |

ତେବେ ରଥ ଟାଣିବା ସମୟରେ ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ନେଇ ସୂଚନା ପ୍ରଦାନ କରାଯାଇଛି । ଏହି ବୈଠକରେ ଲିଙ୍ଗରାଜ ସେବାୟତ, ଲିଙ୍ଗରାଜ ମନ୍ଦିର କମିଟି ଓ ପୋଲିସ କମିଶନର ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।ତେବେ ୨୦ ଓ ୨୪ ତାରିଖରେ ୧୪୪ ଧାରା ଲାଗୁ ହେବ |