Odia News Portal

କିବ୍ ଆକାଶରେ ଉଡୁଥିବା ରୁଷୀୟ ବେଲୁନକୁ ବିସ୍ଫୋରକ ମାରି ଖସାଇଲା ୟୁକ୍ରେନ

ରାଜଧାନୀ କିବ୍ ଆକାଶରେ ରୁଷ୍ ଛାଡ଼ିଥିବା ପରି ଜଣାପଡୁଥିବା ପ୍ରାୟ ଅଧ ଡଜନ ବେଲୁନ୍ ଚିହ୍ନଟ କରି ସେଗୁଡ଼ିକରୁ ଅଧିକାଂଶକୁ ‘ଏରିଏଲ୍ ଡିଫେନ୍ସ୍ ୟୁନିଟ୍’ ବିସ୍ଫୋରକ ମାରି ଖସାଇ ଦେଇଥିବା କଥା ବୁଧବାର ଦିନ ୟୁକ୍ରେନ୍ କହିଛି।
ସର୍ବେକ୍ଷଣ ଉପକରଣ ବହନ କରିପାରୁଥିବା ଉକ୍ତ ବେଲୁନ୍ ସବୁ ଆମର ବାୟୁସେନା ବଳକୁ ଚିହ୍ନଟ କରି ନିଶ୍ଚିହ୍ନ କରିଦେବା ପାଇଁ ଛଡ଼ାଯାଇଥିଲା ବୋଲି କିବ୍ ସରକାରୀ ଅଧିକାରୀମାନେ କହିଛନ୍ତି।
ଜାରି କରିଥିବା ବିବୃତିରେ ନଗର ପ୍ରଶାସନ କହିଛି, ଅଧିକାଂଶ ପର୍ଯ୍ୟବେକ୍ଷଣକାରୀ ବେଲୁନ୍ଗୁଡ଼ିକୁ ବିସ୍ଫୋରକ ମାରି ଖସାଇ ଦିଆଯାଇଛି। ସେଗୁଡ଼ିକର ଧ୍ବଂସାବଶେଷଗୁଡ଼ିକୁ ସାବଧାନତାର ସହିତ ପରୀକ୍ଷା କରାଯିବ।
ଆକାଶରେ ବେଲୁନ୍ ଉଡୁଥିବା ଦେଖାଯିବା ପରେ ୟୁକ୍ରେନ୍ ରାଜଧାନୀ କିବ୍‌ରେ ସାଇରନ୍ ବାଜିଥିଲା। ସାଧାରତଃ, କ୍ଷେପଣାସ୍ତ୍ର ଆକ୍ରମଣ ସମ୍ଭାବନ ଥିଲେ ଏହି ସାଇରନ୍ ବାଜେ।
ବୁଧବାର ଦିନ ଏହାପୂର୍ବରୁ ୟୁକ୍ରେନୀୟ ବାୟୁସେନାର ମୁଖପାତ୍ର ୟୁରି ଇଗନାତ୍ କହଛନ୍ତି ଯେ, ୟୁକ୍ରେନ୍ର ଲଢୁଆ ବିମାନ ନିରୋଧୀ କ୍ଷେପଣାସ୍ତ୍ରଗୁଡ଼ିକୁ ଶେଷ କରିବା ଲାଗି ରୁଷ୍ ଏହି ଶସ୍ତାଧରଣର ବେଲୁନ୍ ଛାଡୁଛି।
ସୂଚନାଯୋଗ୍ୟ, ଗତବର୍ଷ ଫେବ୍ରୁଆରି ମାସରେ ଆରମ୍ଭ ହୋଇ ଅଦ୍ୟାବଧି ଚାଲିଥିବା ରୁଷୀୟ ଆକ୍ରମଣ ସମୟଠାରୁ ୟୁକ୍ରେନ୍ ଆକାଶରେ ଅନେକ ରୁଷୀୟ ବେଲୁନ୍ ଉଡୁଥିବା କଥା ୟୁକ୍ରେନୀୟ ସରକାରୀ ଅଧିକାରୀମାନେ କହିଆସୁଛନ୍ତି।
କିନ୍ତୁ, ରୁଷ୍ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହିଁ।