Odia News Portal

ଉଦୀୟମାନ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ପାଳିଲେ ତୁମୁଡିବନ୍ଧ ସାମ୍ବାଦିକ ସଂଘ

ତୁମୁଡିବନ୍ଧ: ଓଟିଭିର ସାହାସୀ, ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ତାଙ୍କ ମୃତ୍ୟୁ ଖବର ଯିଏ ଶୁଣିଛି ତା ଆଖିରୁ ଦି ଟୋପା ଲୁହ ଝରିଛି । ସାରା ଓଡ଼ିଶାବାସୀ ଅରିନ୍ଦମଙ୍କ ଲାଗି ଶୋକପ୍ରକାଶ କରିଛନ୍ତି । ଏହି ଅବସରରେ ତୁମୁଡିବନ୍ଧ ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭାର ଆୟୋଜନ କରାଯାଇଥିଲା । କ୍ୟାଣ୍ଡେଲ ଶୋଭାଯାତ୍ରା କରାଯିବା ସହ ଅମର ରହେ ଅରିନ୍ଦମ ନାରାରେ କମ୍ପିଥିଲା ପୁରା ପରିବେଶ । ସ୍ଥାନୀୟ ଡାକ ବଙ୍ଗଳାରେ ସଂଘର ସମ୍ବାଦିକମାନେ ଅରିନ୍ଦମଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସଂଘର ସଭାପତି ପବିତ୍ର ଦିଗାଳଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ଶୋକସଭା । ଏହି ଅବସରରେ ସାମ୍ବାଦିକ ବିପ୍ର ଚରଣ ମାନସେଠ୍, ଦୀପକ ପରାସେଠ୍,ପ୍ରବୀଣ ପଟ୍ଟନାୟକ, ବାଳକୃଷ୍ଣ ଚର୍ଚ୍ଚି, ପ୍ରଳୟ ରାୟ ଧର୍ମପଦ ନାୟକ, ସିମାଞ୍ଚଳ ସାହୁ, ସାମୁଏଲ ନାୟକ, ଇମାନୁଏଲ ନାୟକ, ଫିଲ୍ଲିପ ଦିଗାଳ,ଓ ବିକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।