Odia News Portal

ଜୀବନ ନେଲା ଭାଉଜ ପ୍ରେମ

କଟକ: କାଳ ହେଲା ପରକୀୟ ପ୍ରୀତି । ଭାଉଜ ପ୍ରେମ ଲାଗି ଜୀବନ ଗଲା । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଗଳିତ ମୃତଦେହ ଜବତ । କଟକ ଜିଲ୍ଲା ସାଲେପୁର ଥାନା କୁଅଁରପୁର ଗାଁରୁ ଆସିଛି ଏଭଳି ଖବର । ମୃତକଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ମୁତାବକ, କୁଅଁରପୁର ଗାଁର ନରେନ୍ଦ୍ର ପ୍ରଧାନଙ୍କ ପୁଅ ହେଉଛନ୍ତି ଭରତ । ସେ ଗାଁର ଜଣେ ଭାଉଜଙ୍କ ପ୍ରେମରେ ପଡ଼ିଥିଲେ । ତାଙ୍କ ସହ ପରକୀୟା ପ୍ରତି ମଧ୍ୟ ଥିଲା । ତେବେ ସେ ଗତକାଲି ବିଲକୁ ଯାଇଥିବା ବେଳେ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବିରୁପା ନଦୀ କୂଳରେ ଥିବା ଏକ ଗଛରେ ଝୁଲନ୍ତା ମୃତଦେହକୁ ଦେଖିଥିଲେ । ତେବେ ସେ ମୃତ୍ୟୁ ପୂର୍ବରୁ ଭାଉଜଙ୍କ ସହ ଭିଡିଓ କଲରେ କଥା ହୋଇଥିବା ପରିବାର ଲୋକେ କହିଛନ୍ତି । ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।